www.samajalive.in
Monday, December 15, 2025
16.1 C
Bhubaneswar

ମୌଳିକ ସମସ୍ୟା ଘେରରେ ଭିତରଝୋଲା ଗାଁ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅଧିନସ୍ଥ ଭିତରଝୋଲା ଗାଁ ମୌଳିକ ସମସ୍ୟା ଘେରରେ ରହିଥିବା ଦେଖିବାକୁ ମିଳିଛି । ଭିତରଝୋଲା ଗାଁରେ କମଳା କୁଲେସିକା, ମେଲକା ଲକୀ ,ସାଲୁପୁ ମିଣିଆକା, ତ୍ରିନାଥ ମିଣିଆକା , ଜୟନ୍ତୀ ମାଣ୍ଡିକା, ଜାଗଡାଲି ହିମିରିକାଙ୍କ ୬ଟି ଘର ରହିଛି । ଏହି ମାନଙ୍କ ମଧ୍ୟରୁ ଦୁଇଜଣ କମଳା ଓ ଲକିଙ୍କୁ ୨୦୨୨-୨୩ରେ ଆବାସ ଯୋଜନାରେ ସାମିଲ କରି ଘର କରିବା ପାଇଁ କାର୍ୟ୍ୟାଦେଶ ଦେଇଥିଲେ। କମଳାକୁ ମାତ୍ର ୪୦ହଜାର ଓ ଲକି ୧ଲକ୍ଷ ୫ହଜାର ଟଙ୍କା ପାଇଥିବା ବେଳେ ଆଉ ଟଙ୍କା ପାଇନଥିବା କହିଛନ୍ତି ।
ଏହି ପରିବାର ଲୋକେ ଟଙ୍କା ଉଠାଇବାକୁ ଜନସେବା କେନ୍ଦ୍ର ଗଲେ ୪ପ୍ରତିଶତ ଟଙ୍କା ନେଉ ଥିବା ଯୋଗୁଁ ଆମେ ଘର ବାନ୍ଧିବାରେ ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି ରୁପା କୁଲେସିକା କହିଛନ୍ତି। ଅନ୍ୟ ୪ପରିବାର ଭଙ୍ଗା ମାଟି କାନ୍ଥରେ ନଡ଼ା ଉପରେ ଜରି ବାନ୍ଧି ରହିଛନ୍ତି । କିଏ କାନ୍ଥରେ ଖାଲି ଆଜବେଷ୍ଟ ଥୋଇ ଘରେ ରହି ଆସୁଥିବା ଦେଖିବାକୁ ମିଳିଛି ।ସରକାର ସମସ୍ତଙ୍କୁ କଚା ଘରକୁ ପକ୍କା ଘର କରିଦେବାକୁ କହୁଥିବା ବେଳେ ଏହି ଅଞ୍ଚଳରେ ଓଲଟା ଦେଖିବାକୁ ମିଳିଛି । ଆବାସ ଯୋଜନାରେ ଗରିବ ଶ୍ରେଣୀର ଲୋକଙ୍କୁ ମିଳୁନଥିବା ବେଳେ ଧନୀ ଶେଣୀର ଲୋକଙ୍କ ନାମରେ ଆସିଥିବା ହିତାଧିକାରୀ ମାନେ କହିଛନ୍ତି ।
ଏହି ମାନେ ପୂର୍ବ ପୁରୁଷରୁ ରହି ଆସୁଥିଲେ ମଧ୍ୟ କୌଣସି ସୁବିଧା ମିଳୁନଥିବା କହିଛନ୍ତି । ଗ୍ରାମରେ ଗୋଟିଏ ନଳକୂପ ରହିଛି ।ପ୍ରାୟ ୨୦ ମିନିଟ ନଳକୂପକୁ ମାରିଲେ ମୁନ୍ଦାଏ ପାଣି ବାହାରୁଛି । ତାହା ମଧ୍ୟ ଗୋଳିଆ ପାଣି ବାହାରୁ ଥିବାରୁ ବ୍ୟବହାର ପାଇଁ ଉପଯୋଗୀ ନୁହେଁ । ଏହିମାନେ ନିକଟରେ ଥିବା ବନ୍ଧକୋଡା ନାଳ ଉପରେ ନିର୍ଭର କରି ଆସୁଥିଲେ । ସେହି ପାଣି ବ୍ୟବହାର କରି ରୋଗାକ୍ରାନ୍ତ ହେବାରୁ ନିକଟରେ ଥିବା କ୍ରସର କମ୍ପାନୀକୁ କହି ସେହି ଠାରୁ ପାଇପ ଯୋଗେ ପାଣି ଆଣୁଥିବା ଗ୍ରାମବାସୀ କହିଛନ୍ତି । ପଞ୍ଚାୟତରେ ଓ ଜଳ ସେଚନ ବିଭାଗରେ ବାରମ୍ଭାର ଗୁହାରି କଲେ ମଧ୍ୟ କେହି ହେଲେ ଶୁଣୁନାହାନ୍ତି । ବର୍ତ୍ତମାନ ଖରା ହେଉଛି ଆଗକୁ ଆହୁରି ଖରାଦିନ ଆସୁଥିବା ଯୋଗୁଁ ଗ୍ରାମରେ ନଳକୂପକୁ ମରାମତି କରିବା ସହ ଗ୍ରାମରେ ସୋଲାର କରି ପାଣି ଯୋଗାଇ ଦେବାକୁ ଦାବୀ କରିଛନ୍ତି। ଉକ୍ତ ଗ୍ରାମରେ ଆଇଟିଡିଏ ତରଫରୁ ବିଜୁ କେବିକେ ଯୋଜନାରେ ୨୦୨୧-୨୨ ମସିହାରେ ୧ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରିବା ପାଇଁ ରହିଥିବା ବେଳେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ପ୍ରାୟ ୧୦୦ଫୁଟର ସିମେଣ୍ଟ ରାସ୍ତା କରି ବଳକା ଟଙ୍କା ଖାଇଦେଇଥିବା ଗ୍ରାମବାସୀ କହିଛନ୍ତି। ତୁରନ୍ତ ଗ୍ରାମପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରା ନଗଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଗ୍ରାମବାସୀ କହିଛନ୍ତି ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories