www.samajalive.in
Saturday, December 6, 2025
26.1 C
Bhubaneswar

ପାଣି ପାଇଁ ଉତ୍ତେଜନା, ସରପଞ୍ଚ ଏବଂ ଯନ୍ତ୍ରୀଙ୍କୁ ତାଲା

ଭବାନୀପାଟଣା : ଧର୍ମଗଡ ବ୍ଲକ୍ ଛିଲିପା ଗାଁରେ ଗତ ପ୍ରାୟ ୫ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଏଣୁ ତୁରନ୍ତ ଜଳ ଯୋଗାଣ ଦାବିରେ ଗାଁ ଲୋକେ ସ୍ଥାନୀୟ ସରପଞ୍ଚ ଏବଂ ଆରଡବ୍ଲୁଏସଏସ ଏସଡିଓଙ୍କୁ ପଂଚାୟତ ଅଫିସରେ ତାଲା ପକାଇ ରଖିଛନ୍ତି। ଫଳରେ ଛିଲିପା ସରପଞ୍ଚ ବିଭୁଦତ୍ତ ପ୍ରଧନୀ ଏବଂ ଏସଡିଓ ବିକେତା ମାଝି ପଂଚାୟତ ଅଫିସ ଭିତରେ ଅଛନ୍ତି। ଆଉ ସେମାନଙ୍କୁ ତାଲା ମାରି ଲୋକେ ପଂଚାୟତ ଅଫିସ ଆଗରେ ଧାରଣା ଦେଇଛନ୍ତି। ଗାଆଁରେ ଜଳଯୋଗାଣ ପାଇଁ ଏସଡିଓ କିଛି ସମୟ ମାଗିବାରୁ ଗାଁ ଲୋକେ ରାଜି ହେଉନାହାନ୍ତି। ତୁରନ୍ତ ଜଳ ଯୋଗାଣ ଦାବିରେ ଲୋକେ ଅଡ଼ି ବସିିଛନ୍ତି। ଧର୍ମଗଡ ସହର ଠାରୁ ଘଟଣାସ୍ଥଳ ପ୍ରାୟ ୪ କିମି ଦୂରତାରେ ଥିବା ସତ୍ତ୍ୱେ ମଧ୍ୟାହ୍ନ ୩ଟା ସୁଦ୍ଧା କୌଣସି ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories