www.samajalive.in
Saturday, December 6, 2025
15.1 C
Bhubaneswar

ଗୋମାଂସ ବିକ୍ରି ବେଳେ ଗ୍ରାମବାସୀଙ୍କ ଚଢ଼ାଉ, ଜଣେ ଗିରଫ

ଚାନ୍ଦିପୁଟ: ଶିବରାତ୍ରିରେ ଗୋହତ୍ୟା କରି ବିକ୍ରି କରୁଥିବା ବେଳେ ଜଣକୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ଚନ୍ଦ୍ରଗିରି ଢେପସାହିର ସାଉଲ ପାଣି । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମ ସ୍ଥିତ ଢେପସାହିରେ ଗୋହତ୍ୟା କରି ବିକ୍ରି ଚାଲିଥିଲା । ଖବର ଶୁଣିବା ପରେ ଚନ୍ଦ୍ରଗିରି ଗ୍ରାମବାସୀ ମିଳିତ ଭାବେ ଢେପସାହିରେ ଚଢ଼ାଉ କରି କଟାଯାଇଥିବା ଗୋମାଂସକୁ ଦେଖିବା ପରେ ପ୍ରବଳ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରାମବାସୀ ଗୋହତ୍ୟାକୁ ଦୃଢ ପ୍ରତିବାଦ କରିବା ସହ ସ୍ଥାନୀୟ ସରପଞ୍ଚ ଓ ପୁଲିସକୁ ଖବର ଦେଇଥିଲେ । ଉତ୍ତେଜନା ସ୍ଥଳରେ ସ୍ଥାନୀୟ ସରପଞ୍ଚ ରଜନୀ କାନ୍ତ ପ୍ରଧାନ ଓ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ , ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ସଦଳବଳେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଗୋସୁରକ୍ଷା ଆଇନକୁ କଡ଼ା କଡ଼ି କରିବା ସହ ଗୋ ସୁରକ୍ଷା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories