www.samajalive.in
Monday, December 8, 2025
16.1 C
Bhubaneswar

ଗ୍ରୀଷ୍ମ ଆରମ୍ଭରୁ ଜି.ଉଦୟଗିରିରେ ଦେଖାଦେଲାଣି ଜଳକଷ୍ଟ

ଜି.ଉଦୟଗିରି :  ଜି.ଉଦୟଗିରି ବାସିନ୍ଦାଙ୍କୁ ପାନୀୟଜଳ ଯୋଗାଣ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ବ୍ୟୟରେ ହାତିବାଲି ନିକଟସ୍ଥ ଚନ୍ଦନ ସାହିରେ ଏକ ଓଭରହେଡ ଟାଙ୍କି ନିର୍ମାଣ କରାଯାଇଛି। ନିକଟସ୍ଥ ସିର୍କୀ ଘାଇରୁ ପାଣି ପାଇପ ଯୋଗେ ଅଣାଯାଇ ଚନ୍ଦନ ସାହିରେ ନିର୍ମାଣଧିନ ଟାଙ୍କିରେ ପାଣି ସଂରକ୍ଷଣ ରଖି ତାକୁ ଫିଲଟର କରାଯାଇ ସହରାଞ୍ଚଳ ପାନୀୟ ଜଳଯୋଗାଣ ବିଭାଗ ଦ୍ବାରା ଯୋଗାଇ ଦିଆଯାଉଥିଲା। ହେଲେ ଗତ କିଛି ଦିନ ହେଲା ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଲୋକେ ପାନୀୟଜଳ ପାଇବାରେ ଡହଳବିକଳ ହେଉଥିବା ଜଣାପଡିଛି।
ବିବରଣୀରୁ ପ୍ରକାଶ ଯେ ଜି.ଉଦୟଗିରି ସହରର ଲୋକଙ୍କୁ ଜଳ ଯୋଗାଣ ନିମନ୍ତେ ସହରାଞ୍ଚଳ ପାନୀୟ ଜଳଯୋଗାଣ ବିଭାଗ ଦ୍ବାରା ସିର୍କୀ ଘାଇରୁ ଜଳ ଉଠାଣ ବ୍ୟବସ୍ଥା କରାଯାଇଛି। ହେଲେ ଘାଇର ପାଣି ଏବେ ଉଠା ଜଳସେଚନ ବିଭାଗର ଦାୟୀତ୍ୱ ହୀନତା ତଥା ଜଳ ନିଷ୍କାସନର ଚାବି ଭାଙ୍ଗି ଯାଇଥିବା ଓ ବର୍ତମାନ ସମୟରେ ଚାଷୀଙ୍କୁ ଚାଷ ପାଇଁ ଆବଶ୍ୟକ ନଥିବା ବେଳେ ପ୍ରାୟ ୫୦ ଶତକଡା ପାଣି ଶୁଖିଯାଇଥିବାରୁ ଜଳ ଉଠାଣ ନିମନ୍ତେ ଥିବା ମୋଟର ପାଖକୁ ଆଉ ଜଳ ପହଞ୍ଚୁ ନାହିଁ ଫଳରେ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହେଉଥିବା ସହରାଞ୍ଚଳ ପାନୀୟଜଳ ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି।
ଅପରପକ୍ଷେ ଘାଇରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ନିର୍ମୀତ ଗେଟ ଦେଇ ଅନବରତ ଜଳ ନିଷ୍କାସନ ହେଉଛି । ଗ୍ରୀଷ୍ମ ଆରମ୍ଭରେ ଜଳକଷ୍ଟ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଅନବରତ ନିଷ୍କାସନ ହେଉଥିବା ଜଳକୁ ରୋକ ଲଗାଇବା ନିମନ୍ତେ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀଙ୍କ ନିକଟକୁ ପୂର୍ବରୁ ଅର୍ଥାତ ୧୮.୧୨.୨୩ ତାରିଖରେ ଚିଠି ନଂ ୮୬ ଜରିଆରେ ସୂଚିତ କରାଯାଇଥିବା ନେଇ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଅଧିକାରୀ ଏ.ଚକ୍ରଧର ସୂଚନା ଦେଇଛନ୍ତି। ହେଲେ କ୍ଷୁଦ୍ର ଜଳସେଚନ ଅଧିକାରୀ ଚିଠି ପାଇ ଚୁପ ବସିଥିବା ଜଣାପଡୁଥିବାବେଳେ ଘାଇରେ ଥିବା ଗେଟର ଚାବି ହଜିଯାଇଥିବା ଶୁଣିବାକୁ ମିଳୁଛି। ତେବେ ଅଧିକାରୀଙ୍କ ଖେଳ ଯେପରି ଜି.ଉଦୟଗିରି ଜନସାଧାରଣଙ୍କ ପାଇଁ କାଳ ନହୁଏ ସେଥିପ୍ରତି ଉଭୟ ବିଭାଗ ଗୁରୁତ୍ବ ଦେବା ସଙ୍ଗେ ସଙ୍ଗେ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ଚିଠିକୁ ପାଖାପାଖି ତିନି ମାସ ବିତିବାକୁ ଯାଉଥିଲେ ସୁଧା ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ୟା ଦୁର ହେବ ସେଥିପ୍ରତି ଧ୍ୟାନ ଦେବାକୁ ଜନ ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories