www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରଗତି ପ୍ରକଳ୍ପ ପକ୍ଷରୁ ସମସ୍ୟା ସମାଧାନ ନେଇ କର୍ମଶାଳା

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ୯ଟି ଗ୍ରାମ ପଞ୍ଚାୟତକୁ ନେଇ ସି.ୱାଇ.ଏସ.ଡି ପ୍ରଗତି ପ୍ରକଳ୍ପ ତରଫରୁ ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଜିଲ୍ଲା ନିର୍ଦ୍ଦେଶକ ଶୁଭମ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏହି ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସାହାରପଡା ମିଶନ ଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ପ୍ରିୟ ରଞ୍ଜନ ଟୁଡୁ ଓ ବ୍ଲକ ଜୀବିକା ସଂଯୋଜିକା ଦୀପାଞ୍ଜଳି ରାଉତ ଏବଂ ସମ୍ମାନୀତ ଅତିଥି ଭାବେ ୩୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟା ଚମ୍ପାବତୀ ଟୁଡୁ ମଧ୍ୟ ଯୋଗ ଦେଇଥିଲେ।

ଏହି କର୍ମଶାଳାରେ ପଞ୍ଚାୟତ ବିକାଶ ଯୋଜନା ,ଗ୍ରାମ ପଞ୍ଚାୟତ ସ୍ତରୀୟ ଅସୁବିଧା, ସମସ୍ୟା ଚିହ୍ନଟ କରଣ ଏବଂ ଏହାର ସମାଧାନ, ସଶକ୍ତ ପଲ୍ଲୀସଭା, ସଶକ୍ତ ଗ୍ରାମସଭା, ତମାମ ବିଷୟରେ ଆଲୋଚନା ଓ ଲିଖିତ ବିବରଣୀ ଉପସ୍ଥାପନ କରାଯାଇଥିଲା । ସି.ୱାଇ.ଏସ.ଡି ପ୍ରଗତି ପ୍ରକଳ୍ପ ତରଫରୁ ଜିଲ୍ଲା ସଂଯୋଜକ ଅମିୟ କୁମାର ଦାସ ,ପ୍ରଶିକ୍ଷକ ଜୟ ପ୍ରକାଶ ଦାସ,ତୋଫାନ ସେଠୀ, ପ୍ରଭାସିନୀ ମହାନ୍ତ, ସତ୍ୟଭାମା ଦାସ,ରାମଗୋପାଳ ଦାସ, ସିପୁନ ଘୋଷଙ୍କ ସମେତ ତିନୋଟି ଜିଲ୍ଲାର ସିୱାଇଏସଡି କର୍ମୀ ଉପସ୍ଥିତ ରହି ଏହି କର୍ମଶାଳା ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

- Advertisement -

 

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories