www.samajalive.in
Saturday, December 6, 2025
14.1 C
Bhubaneswar

ବିବାହ ଭୋଜି ଖାଇ ଗୋଟିଏ ପରିବାରର ଜଣେ ମୃତ,୪ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିବାହ ଭୋଜି ଖାଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ମାଥିଲି ବ୍ଲକର ଚାଉଳମେନ୍ଦି ପଞ୍ଚାୟତ ବନ୍ଧଗୁଡା ଗାଁର ଧନ ନାଲିଙ୍କ ସହ ତାଙ୍କର ଚାରି ଜଣ ଶିଶୁ ଏକ ବାହାଘର ଭୋଜି ଖାଇବାକୁ ନୂଆଗୁଡା ଗାଁକୁ ଯାଇଥିଲେ। ଭୋଜି ଖାଇ ଘରକୁ ଫେରିବା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ। ଧନ ନାଲିଙ୍କ ଚାରି ଶିଶୁ ମାନେ ହେଲେ ରାଧିକା ନାଲି,ମମତା ନାଲି,ଅଜୟ ନାଲି ଏବଂ ମାଗିକା ନାଲି। ଗୁରୁତର ଅବସ୍ଥାରେ ସମସ୍ତ ଶିଶୁଙ୍କୁ ପ୍ରଥମେ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଆହୁରି ସଂକଟାପନ୍ନ ହେବାରୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।  ମାଲକାନଗିରି ମେଡିକାଲରେ ଜଣେ ଶିଶୁର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟମାନେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଅନ୍ୟ ଗୁରୁତରମାନଙ୍କ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ଭଲ ହେବାକୁ ଲାଗିଥିବା ଡାକ୍ତର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories