ମହାଶିବରାତ୍ରୀ : ଏହି ସବୁ ମନ୍ତ୍ର ଜପ କଲେ ମିଳେ କି କି ଲାଭ..
ଚଳିତ ବର୍ଷ ମାର୍ଚ୍ଚ ୮ରେ ମହାଶିବରାତ୍ରୀ। ହିନ୍ଦୁ ଧର୍ମରେ ଏହାର ଅନେକ ମହତ୍ତ୍ୱ ରହିଛି। ମହାଶିବରାତ୍ରୀ ଦିନ ଭକ୍ତ ବ୍ରତ ପାଳନ କରିବା ସହ ବିଧି ବିଧାନରେ ପୂଜା କରି ଥାଆନ୍ତି। ହିନ୍ଦୁ ଧର୍ମରେ ମହାଦେବଙ୍କୁ କଲ୍ୟାଣର ଦେବତା ବୋଲି କୁହାଯାଏ। କୁହାଯାଏ ପ୍ରଭୁ ଶଙ୍କର ଗୋଟିଏ ବେଲପତ୍ରରେ ଓ ଏକ ଲୋଟା ଜଳରେ ସନ୍ତୁଷ୍ଟ ହୋଇ ଯାଆନ୍ତି। ଭକ୍ତଙ୍କ ମନସ୍କାମନା ପୂରଣ କରି ଥାଆନ୍ତି। ପ୍ରଭୁଙ୍କ କୃପା ପ୍ରାପ୍ତି ପାଇଁ ମହାଶିବରାତ୍ରୀ ଦିନ କିଛି ବିଶେଷ ମନ୍ତ୍ରର ଜପ ନିଶ୍ଚୟ କରନ୍ତୁ। ଏହି ମନ୍ତ୍ରର ଜପ କରିବା ଦ୍ୱାରା ଭୋଳା ଶଙ୍କର ପ୍ରସନ୍ନ ହୋଇ ସୁଖସମୃଦ୍ଧିର ଆଶୀର୍ବାଦ ଦେଇଥାଆନ୍ତି। ଜାଣନ୍ତୁ..
ଓଁ ନମଃ ଶିବାୟ..
ପ୍ରଭୁଙ୍କର ଏହି ମନ୍ତ୍ର ବହୁତ ଚମତ୍କାରୀ ମନ୍ତ୍ର। ମହାଶିବରାତ୍ରୀ ଦିନ ଏହି ମନ୍ତ୍ର ୧୦୮ ଥର ଜପ କରିବା ଦ୍ୱାରା ଶରୀର ଓ ମସ୍ତିଷ୍କ ଶାନ୍ତ ରହିଥାଏ। ମହାଦେବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
ମହାମୃତ୍ୟୁଞ୍ଜୟ ମନ୍ତ୍ର ..
ଓଁ ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍
ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍
ଏହା ମହାମୃତ୍ୟୁଞ୍ଜୟ ମନ୍ତ୍ର। ଏହି ମନ୍ତ୍ରକୁ ସବୁଠାରୁ ଅଧିକ ପ୍ରଭାବଶାଳୀ ବୋଲି କୁହାଯାଏ। ଏହାର ଅର୍ଥ ହେଉଛି ଆମେ ସେହି ତ୍ରି ନେତ୍ରକୁ ପୂଜା କରୁଛୁ, ଯାହା ସୁଗନ୍ଧିତ ଓ ସମସ୍ତଙ୍କର ପୋଷଣ କର୍ତ୍ତା ।
ଓଁ ନମୋ ଭଗବତେ ରୁଦ୍ରାୟ ନମଃ ..
ପ୍ରଭୁଙ୍କର ଏହି ମନ୍ତ୍ରକୁ ରୁଦ୍ର ମନ୍ତ୍ର କୁହାଯାଏ। ମନସ୍କାମନା ପୂରଣ ପାଇଁ ଏହାର ଜପ ନିଶ୍ଚୟ ଜପ କରନ୍ତୁ।
ଶିବ ଗାୟତ୍ରୀ ମନ୍ତ୍ର
ଓଁ ତତ୍ପୁରୁଷାୟ ବିଦ୍ମହିଃ ମହାଦେବାୟ ଧିମହିଃ ତନ୍ନୋ ରୁଦ୍ର ପ୍ରଚୋଦୟାତ୍’
ମହାଶିବରାତ୍ରୀରେ ଏହି ମନ୍ତ୍ରର ନିଶ୍ଚୟ ଜପ କରନ୍ତୁ। ଏହା ଶିବ ଗାୟତ୍ରୀ ମନ୍ତ୍ର। ଏହାକୁ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ବୋଲି କୁହାଯାଏ। ଏହି ମନ୍ତ୍ର ଦ୍ୱାରା ସୁଖଶାନ୍ତି ପ୍ରାପ୍ତ ହୋଇଥାଏ।
Comments are closed.