www.samajalive.in
Monday, December 15, 2025
16.1 C
Bhubaneswar

ସବ୍‌ଡିଭିଜନ୍ ମାନ୍ୟତା ଦାବିରେ ୧୨ଘଣ୍ଟିଆ ଲଇକେରା ବନ୍ଦ

ଝାରସୁଗୁଡା: ସବ୍‌ଡିଭିଜନ୍ ମାନ୍ୟତା ଦାବିରେ ଆଜି(ମଙ୍ଗଳବାର) ଝାରସୁଗୁଡା ଜିଲ୍ଲା ଲଇକେରାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଉପକଣ୍ଡ ଦାବି କ୍ରିୟାନୁଷ୍ଠାନ କମିଟି , ଲଇକେରା ଗ୍ରାମବାସୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ବ୍ଳକ କୃଷକ ସଂଗଠନ ଏହାସହ ବ୍ୟବସାୟୀ ସଂଘ ସମେି ବିଭିନ୍ନ ସଂଗଠନର ନେତୃତ୍ଵରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଗାଡି ମୋଟର ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେବେ ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ଜିଲ୍ଲା ମୁଖ୍ୟାଳୟରେ କୌଣସି ଉପଖଣ୍ଡ ନଥିବାବେଳେ ଯେକୌଣସି କାମ ପାଇଁ ହେଲେ ଝାରସୁଗୁଡା ଜିଲ୍ଲା ସଦର ମହକୁମାକୁ ଯିବାକୁ ପଡିଥାଏ। ଜିଲ୍ଲା ମୁଖ୍ୟାଳୟରୁ ଲଇକେରା ବ୍ଲକ ୨୬ କିଲୋମିଟର ଦୂରରେ ରହିଥିବାବେଳେ ବ୍ଳକର ଆଭ୍ୟନ୍ତରୀଣ ଅଞ୍ଚଳ ପ୍ରାୟ ୬୫ କିଲୋମିଟରରୁ ଅଧିକ ଦୂର। ସରକାର ଲଇକେରାକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ନକଲେ ଆଗାମୀ ଦିନରେ ଭୋଟ୍ ବର୍ଜନ କରିବା ସହ ଦୃଢ ପ୍ରତିବାଦ କରି ନିଜର ଦାବି ହାସଲ କରିବେ ବୋଲି କୁହାଯାଇଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories