www.samajalive.in
Saturday, December 6, 2025
17.1 C
Bhubaneswar

କ୍ରୀଡାକୁ ଗ୍ରାମାଞ୍ଝଳରେ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ

ଫୁଲବାଣୀ: ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ସ୍ଥାନୀୟ କରୋନେସନ ପଡ଼ିଆରେ ଜିଲ୍ଲା ସ୍ତରୀୟ କ୍ରୀଡ଼ା ସାମଗ୍ରୀ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମୁଦାୟ ୧୭୧ଟି ପଞ୍ଝାୟତରୁ ୧୩୬୮ଗୋଟି ଜନଜାତି କ୍ରୀଡ଼ା ଅନୁଷ୍ଠାନକୁ ଏହି କ୍ରୀଡ଼ା ସାମଗ୍ରୀ ବିତରଣ କରାଯାଇଛି । ବିଶେଷ କରି କ୍ରିକେଟ୍‌, ଭଲିବଲ୍‌, ଫୁଟ୍‌ବଲ୍‌, ବ୍ୟାଡ୍‌ମିଟନ୍‌, ଚେସ୍ ଓ କ୍ୟାରମ୍ ଆଦି ୬ଗୋଟି ଖେଳକୁ ପ୍ରାଧାନ୍ୟ ଦିଆଯାଇଥିବା ଜଣାପଡ଼ିଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଖେଳକୁ କିପରି ପ୍ରଧାନ୍ୟ ଦିଆଯାଉଛି ଏବଂ କାହିଁକି ପ୍ରାଧାନ୍ୟ ଦିଆଯିବା ଉଚିତ୍ ଉପରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କ୍ରୀଡ଼ାର ଭିତ୍ତିଭୂମୀକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଛନ୍ତି । କ୍ରୀଡ଼ାକୁ ଗ୍ରାମାଞ୍ଝଳରେ ବ୍ୟାପକ କରିବା ପାଇଁ ପିଲାମାନଙ୍କ ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିଛନ୍ତି । ଏହି ସବୁ ଖେଳ ସାମଗ୍ରୀ ନେଇ ପିଲାମାନେ ନିଜେ ଖେଳିବା ସହିତ ଅନ୍ୟ ପିଲାମାନଙ୍କୁ ସୁଯୋଗ ଦେବାପାଇଁ ପରାମର୍ଶ ଦେଇଥିଲେ କନ୍ଧମାଳ ସାଂସଦ ଡଃ. ସାମନ୍ତ ।
କାର୍ଯ୍ୟକ୍ରମରେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ , ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଜନଜାତି ଲୋକମାନଙ୍କର ଐତିହ୍ୟ, ପରମ୍ପରା ତଥା ଦେବାଦେବୀ ପୀଠ ଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରି ଖେଳର ବିକାଶ ପାଇଁ ଏହି ପଦକ୍ଷେପ ବୋଲି ପ୍ରକାଶ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories