www.samajalive.in
Saturday, December 6, 2025
16.1 C
Bhubaneswar

ଆଜି ଇଡିରେ ହାଜର ହେଲେନି, ହେଲେ ନୂଆ ତାରିଖ ମାଗିଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଶେଷରେ ଇଡି ଜେରାର ସାମ୍ନା କରିବାକୁ ରାଜି ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ।  ଲଗାତାର ୮ ଥର ସମନ ପରେ ଚେତା ପଶିଛି।  ଭର୍ଚୁଆଲରେ ହାଜର ପାଇଁ ଆସନ୍ତା ୧୨ ପରେ ତାରିଖ ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଚିଠି ଲେଖି ସେ ଅନୁରୋଧ କରିଛନ୍ତି।  ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ହାଜର ହେବେ ବୋଲି କହିଛନ୍ତି। ଫେବୃଆରୀ ୪ ତାରିଖ ଅର୍ଥାତ୍ ସୋମବାର ହାଜର ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ ଜାରି କରିଥିଲା। ମାତ୍ର ଆଜି (ସୋମବାର) ଦିଲ୍ଲୀ ବିଧାନସଭା ବଜେଟ୍ ଅଧିବେଶନ ଥିବାରୁ ଇଡିରେ ହାଜର ହେବେନି କେଜ୍ରିୱାଲ୍। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଇଡିକୁ ଏକ ଜବାବ ପଠାଇଛନ୍ତି। ସେ କହିଛନ୍ତି, ଏହି ସମନ ବେଆଇନ , କିନ୍ତୁ ମୁଁ ତୁମର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ । ମାର୍ଚ୍ଚ ୧୨ପରେ କେଜ୍‌ରିଓ୍ବାଲ ଇଡିରୁ ଏକ ନୂତନ ତାରିଖ ମାଗିଛନ୍ତି। ଆମ ଆଦମୀ ପାର୍ଟି କହିଛି ଯେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଡି ଯାଞ୍ଚରେ ଯୋଗଦେବେ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories