www.samajalive.in
Monday, December 8, 2025
14.1 C
Bhubaneswar

ମୃତ୍ୟୁ ପରେ ବି ଅମର: ୮ ବର୍ଷର ପୁଅର ଅଙ୍ଗଦାନ କଲେ ପରିବାର ଲୋକ

ଭୁବନେଶ୍ବର: କିଏ ଜାଣିଥିଲା ହସଖୁସି ପରିବାରରେ ଏଭଳି ଏକ ଝଡ ଆସିବ। ପୁଅକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ, ହେଲେ ସେ ସବୁ ସ୍ବପ୍ନ ପାଣି ଫୋଟକା‌ ପରି ଉଭେଇ ଗଲା। ଦୁନିଆ କ’ଣ ଜାଣିବା ପୂର୍ବରୁ ଦୁନିଆରୁ ହିଁ ଚାଲିଗଲା। ପିତାମାତା, ବନ୍ଧୁ ଓ ପରିବାର ସଦସ୍ୟଙ୍କ ମୁହଁରୁ ହସ ଛଡେଇନେଲା। ଏଭଳି ଘଟିଛି ଶୁଭୋଜିତଙ୍କ କ୍ଷେତ୍ରରେ। ପରୀକ୍ଷା ଦେବାକୁ ଯାଇ ଆଉ ଫେରିଲେନି ଶୁଭୋଜିତ୍। ଡାକ୍ତର ତାଙ୍କୁ ମସ୍ତିଷ୍କ ମୃତ ଘୋଷଣା କରିଥିଲେ। ଏହାପରେ ପିତାମାତା ଭାଙ୍ଗି ନପଡ଼ି ନିଜ ମହାନତାର ପରିଚୟ ଦେଇଥିଲେ। ଶୁଭୋଜିତଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ଅଙ୍ଗଦାନ ନିୟମ ଆଧାରରେ ତାଙ୍କର ଅଙ୍ଗଦାନ କରାଯାଇଛି। ଆଜି(ସୋମବାର) ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ପିତା ବିଶ୍ବଜିତ ସାହୁ କହିଛନ୍ତି। ଭୁବନେଶ୍ବର କଳ୍ପନା ଅଞ୍ଚଳର ଶୁଭୋଜିତ ସାହୁ। ବୟସ ପ୍ରାୟ ୮ ବର୍ଷ ହେବ । ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢୁଥିଲେ। ହେଲେ ବୁଧବାର ଥିଲା ତାଙ୍କ ପାଇଁ ଶେଷ ଦିନ। ବିଦ୍ୟାଳୟରେ ଓଡ଼ିଆ ପରୀକ୍ଷା ଥିବାରୁ ସକାଳୁ ସକାଳୁ ଗୁରୁଜନଙ୍କ ଆଶୀର୍ବାଦ ନେଇ ବାହାରି ପଡିଥିଲେ। ସେଠାରେ ପରୀକ୍ଷା ଗୃହକୁ ମଧ୍ୟ ଯାଇଥିଲେ। ହେଲେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରୀକ୍ଷା ହଲ୍‌ରେ ଥିବା ମାଡ଼ାମ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ଶିଶୁ ଭବନରେ ଭର୍ତ୍ତି କରିଥିଲେ। ଏଥିସହ ପରିବାରକୁ ଖବର ଦେଇଥିଲେ ସ୍କୁଲ୍‌ କର୍ତ୍ତୃପକ୍ଷ। ଶିଶୁ ଭବନରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶୁଭୋଜିତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବାରୁ ଆଇସିୟୁ ଦରକାର ପଡ଼ିଥିଲା। ସେତେବେଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଇସିୟୁ ଖାଲି ନଥିଲା। ତେଣୁ ପରିବାର ଲୋକେ ଛୁଆକୁ ଧରି ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ଚିକିତ୍ସା କରୁଥିବା ଡାକ୍ତର ଓ ପରିବାର ଭାବିଥିଲେ ସବୁକିଛି ଠିକ୍‌ ହୋଇଯିବ। ଚିକିତ୍ସା ପରେ ଶୁଭୋଜିତଙ୍କ ହାର୍ଟ, ଲଗ୍ସ ପ୍ରମୁଖ ଆକ୍ଟିଭ୍‌ ହେଲା। କିନ୍ତୁ ବ୍ରେନ୍‌ ରେସ୍‌ପଣ୍ଡ କଲାନାହିଁ। ଶେଷରେ ଗୁରୁବାର ଦିନ ଡାକ୍ତର ବ୍ରେନ୍‌ ଡେଡ୍‌ ବୋଲି ଘୋଷଣା କଲେ। ଡାକ୍ତରଙ୍କଠାରୁ ନିରାଶାର ବାଣୀ ଶୁଣିବା ପରେ ପରିବାର ଲୋକ ପୁଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories