ଭବାନୀପାଟଣା: କଳାହାଣ୍ଡି ଭବାନୀପାଟଣାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ସଦର ଥାନା ଅନ୍ତର୍ଗତ ଖଇରମାଲ ଛକରେ ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଗନ୍ନାଥପୁର ଗାଁର ଯୁଗଳ ଶବର ବୋଲି ଜଣାପଡିଛି। ରାତିରେ ଯୁଗଳ ଏବଂ ତାଙ୍କ ପତ୍ନୀ ଉର୍ମିଳା ଏକ ବାଇକ୍ ଯୋଗେ ଆସୁଥିବାବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଯୁଗଳଙ୍କର ମୃତ୍ୟୁ ଘଟିଥିବାବେଳେ ଉର୍ମିଳାଙ୍କୁ ଗୁରୁତର ଅବସ୍ଥା ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। କାଉଗୁଡ଼ା ଆଶ୍ରମ ସ୍କୁଲ୍ ରେ ପଢୁଥିବା ଝିଅ କୁ ଦେଖିବାକୁ ଯାଇ ଫେରିବା ବେଳେ ଏଭଳି ଅଘଟଣ ଘଟିଛି।
Popular Categories



