www.samajalive.in
Friday, December 5, 2025
17.1 C
Bhubaneswar

ଅଜଣା ଗାଡି ଧକ୍କାରେ ହରିଣ ମୃତ

ଆଠଗଡ :  ଆଠଗଡ ବନାଞ୍ଚଳ ଅନ୍ତର୍ଗତ କନ୍ଦରପୁର ରାସ୍ତାରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ମାଈ ହରିଣର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଆଠଗଡ ମୁଣ୍ଡଳି ଭାୟା କନ୍ଦରପୁର ରାସ୍ତାର କନ୍ଦରପୁର ସବରସାହି ନିକଟରେ ଏହି ଘଟଣା ଘଟିଛି । ନିକଟସ୍ଥ ସୁକାଶନ ସଂରକ୍ଷିତ ଜଙ୍ଗଲରୁ ପାଣି ପିଇବା ପାଇଁ ରାସ୍ତା ପାର ହୋଇ ଜନବସତି ଆଡକୁ ଚାଲି ଆସିଥିବା ଏହି ହରିଣ ଛୁଆଟିକୁ ଏକ  ଗାଡି ଧକ୍କା ଦେଇ ପଳାଇଥିଲା । ରେଞ୍ଜର ରବିନ୍ଦ୍ର କୁମାର ନାୟକ ସୂଚନା ପାଇ ତୁରନ୍ତ ବରପାଳ ସବିତା ରାଉତ ଓ ବନରକ୍ଷୀ ପ୍ରଶାନ୍ତ ପରିଡାଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ହରିଣଟି ଘଟଣାସ୍ଥଳରେ ମରିଯାଇଥିବାରୁ ତାକୁ ବନଖଣ୍ଡସ୍ଥିତ ନର୍ସରୀକୁ ଅଣାଯାଇଥିଲା । ସେଠାରେ ସହକାରୀ ବନ ସଂରକ୍ଷକ ଡାକ୍ତର ଚିଚିଲିଚି ବିଶ୍ବାଳଙ୍କ ଉପସ୍ଥିତିରେ ଆଠଗଡ ପ୍ରାଣୀ ଚିକିତ୍ସକ ମୃତ ହରିଣର ମୃତଦେହ ବ୍ୟବଚ୍ଛେଦ କରିବା ପରେ ନର୍ସରୀ ମଧ୍ୟରେ ପୋତି ଦିଆଯାଇଥିଲା ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories