www.samajalive.in
Saturday, December 6, 2025
17.1 C
Bhubaneswar

ମୋତେ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରାଯାଉ- ଗୌତମ ଗମ୍ଭୀର

ସମାଜ ଡିଜିଟାଲ ଡେସ୍କ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପୂର୍ବ ଦିଲ୍ଲୀର ବିଜେପି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀର ରାଜନୀତିରୁ ଅବସର ନେବାକୁ ନିଷ୍ପତି ନେଇଛନ୍ତି। ଏନେଇ ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ଟୁଇଟ୍‍ କରି କହିଛନ୍ତି। ନିଜକୁ ରାଜନୈତିକ ଦାୟିତ୍ୱରୁ ମୁକ୍ତ କରିବାକୁ ଚାହୁଁଛନ୍ତି ଗମ୍ଭୀର। ଏହି ଟୁଇଟ ପରେ ଗୌତମ ଗମ୍ଭୀର ଆଉ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।
ଟୁଇଟରେ ରାଜନୈତିକ ଦାୟିତ୍ୱରୁ ତାଙ୍କୁ ମୁକ୍ତ କରିବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସୁପାରିଶ କରିଛନ୍ତି। ଏହାସହିତ ଦଳରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୦୧୯ରେ ଗୌତମ ଗମ୍ଭୀର ବିଜେପିରେ ସାମିଲ ହେବା ସହ ପ୍ରଥମ ଥର ଲୋକସଭା ନିର୍ବାଚନ ଲଢି ଜିତିଥିଲେ ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories