www.samajalive.in
Saturday, December 6, 2025
26.1 C
Bhubaneswar

ଚାଷ ଜମିରୁ ପାଣି ମଟର ଚୋରି , ଅଭିଯୁକ୍ତ କୋର୍ଟ ଚାଲାଣ

କଲମପୁର : ଶୁକ୍ରବାର ଅପରାହ୍ନରେ ବଲାଗାଁର ଜନୈକର ଯୁବକକୁ କଲମପୁର ପୁଲିସ ପାଣି ମଟର ଚୋରି ଅଭିଯୋଗରେ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛନ୍ତି।
ସୂଚନା ଅନୁସାରେ ବଲଗାଁର ରୁପଚନ ବାଗଙ୍କ ଚାଷ ଜମିରେ ଲାଗିଥିବା ଏକ ବିଦ୍ୟୁତ୍ ଚାଳିତ ପାଣି ମଟର ଚୋରି ହେଇଥିଲା। ଏନେଇ କଲମପୁର ପୁଲିସରେ ଅଭିଯୋଗ ହେବା ପରେ କଲମପୁର ପୁଲିସ ଘଟଣାର ତଦନ୍ତ କରିଥିଲେ। କଲମପୁର ପୁଲିସ ପକ୍ଷରୁ ବଲାଗାଁର କିଛି ଯୁବକଙ୍କୁ ପାଣି ମଟର ଚୋରି ସନ୍ଦେହରେ ଅଟକ ରଖାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଚୋରି ମାମଲାରେ ସେହି ଗାଁର ପ୍ରେମଲାଲ ମାଝୀ ନାମକ ଜନୈକ ଯୁବକ ସଂଶ୍ଳିଷ୍ଟ ଥିବା ପୁଲିସ ପ୍ରମାଣ ପାଇଥିଲେ। ଏହାପରେ ପ୍ରେମଲାଲକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ବଡକୁଟୃ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି ନିୟୋଜିତ ହେଇଛନ୍ତି। ସୂଚନାଯୋଗ୍ୟଯେ, ଗତ କିଛି ମାସ ପୂର୍ବରୁ କଲମପୁର ଥାନା ଅନ୍ତର୍ଗତ ମୀନଗୁର, ରଣମାଲ, ବଲାଗାଁ ଆଦି ଅଂଚଳରୁ ୧୦ରୁ ଅଧିକ ବିଦ୍ୟୁତ୍ ଚାଳିତ ପାଣିମଟର ଚୋରି ହେଇଥିଲା।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories