www.samajalive.in
Saturday, December 6, 2025
16.1 C
Bhubaneswar

ପରିସ୍ରାଗାର ପାଲଟିଛି ଅସମ୍ପୂର୍ଣ୍ଣ ବିଜୁ କଲ୍ୟାଣ ମଣ୍ଡପ

ଘଣ୍ଟାପଡା: ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ନିମନ୍ତେ ସରକାର ବିଭିନ୍ନ ଯୋଜନାରେ ପାଣିପରି ଅର୍ଥ ଖର୍ଚ୍ଚ କରି ଚାଲିଛନ୍ତି । କିନ୍ତୁ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ସେନେଇ ପ୍ରକୃତ ତର୍ଜମା କରାଯାଉନାହିଁ। ଫଳରେ ବାସ୍ତବ କ୍ଷେତ୍ରରେ ଯୋଜନା ପ୍ରକୃତ ଲାଭ ଜନସାଧରଣ ପାଇପାରୁ ନାହାନ୍ତି । କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତର ପୋଡାପଦର ବଜାର ଛକରେ ନିର୍ମାଣଧିନ ବିଜୁ କଲ୍ୟାଣ ମଣ୍ଡପ ଅନେକ ଦିନ ହେଲା ଅଧପନ୍ତରିଆ ଭାବେ ପଡି ରହିଛି । କାର୍ଯ୍ୟର ଅଗ୍ରଗତି ହେଉ ନଥିବା ଫଳରେ ଏହା ସାଧାରଣ ଜନତାଙ୍କ ପରିସ୍ରାଗାର ପାଲଟିଛି। ଏସଏଫସି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଥିବା ଏହି କଲ୍ୟାଣ ମଣ୍ଡପର କାର୍ଯ୍ୟ କେବଳ ପିଲର ଛିଡା କରାଇ ଦେଇ ଛାଡି ଦିଆଯାଇଛି। କଲକେଶ୍ୱର ମନ୍ଦିର ନିକଟରେ ଏହି ମଣ୍ଡପ ନିର୍ମାଣ କରାଯାଉଥିବାରୁ ଏହାର କାର୍ଯ୍ୟ ସମାସ୍ତ ହେଲେ ସର୍ବଦା ଦର୍ଶକ ଏବଂ ଜନସାଧାରଣଙ୍କ କାମରେ ଆସି ପାରିବ ବୋଲି ଲୋକେ ଭାବୁଥିଲେ। କିନ୍ତୁ ଏହା ଅସମ୍ପୂର୍ଣ୍ଣ ଭାବେ ପଡି ରହିଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ନିର୍ମାଣ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories