www.samajalive.in
Saturday, December 6, 2025
15.1 C
Bhubaneswar

ଚାଣକ୍ୟ ନୀତି ; ଏହି ୨ଟି କାମ କଲେ ୧୦୦ ବର୍ଷ ବଞ୍ଚିବେ..

ସଭିଁଙ୍କ ଇଚ୍ଛା ଦୀର୍ଘ ଓ ସୁସ୍ଥ ଜୀବନ। ଦୀର୍ଘାୟୁ ହେବା ପାଇଁ ମାତ୍ର ୨ଟି କାମ କରିବା ଦ୍ୱାରା ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରିବେ। ଆଚାର୍ଯ୍ୟ ଚାଣକ୍ୟ ଏପରି ୨ଟି କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ନିୟମିତ ପାଳନ କରିବା ଦ୍ୱାରା ଦୀର୍ଘାୟୁ ହୋଇପାରିବେ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ମନୁଷ୍ୟକୁ ଭୋଜନ କରିବା ସମୟରେ କଦାପି କଥାବାର୍ତ୍ତା କରିବା ଉଚିତ୍‌‌ ନୁହେଁ। ଯେଉଁ ବ୍ୟକ୍ତି ବିଶେଷ ଭୋଜନ କରିବା ସମୟରେ ଆଦୌ କଥାବାର୍ତ୍ତା କରନ୍ତି ନାହିଁ, ସେମାନଙ୍କୁ ପୃଥିବୀ ପୃଷ୍ଠରେ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ। ପୃଥିବୀରେ ଏଭଳି ବ୍ୟକ୍ତି ମାନେ ସ୍ୱର୍ଗର ଆନନ୍ଦ ପାଇଥାଆନ୍ତି।
ଅନେକ ଧର୍ମଗ୍ରନ୍ଥରେ ମଧ୍ୟ ଉଲ୍ଲେଖ ରହିଛି, ଶାନ୍ତ ସ୍ୱଭାବରେ କରାଯାଉଥିବା ଭୋଜନ ଦେବତା ଓ ପୂର୍ବପୁରୁଷଙ୍କୁ ପ୍ରାପ୍ତ ହୋଇଥାଏ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଦୀର୍ଘାୟୁ ହେବା ପାଇଁ ଇଚ୍ଛୁକ ଥିଲେ, ନିୟମିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଆଚାର୍ଯ୍ୟଙ୍କ ମତାନୁସାରେ ଗାୟତ୍ରୀ ମନ୍ତ୍ରକୁ ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ବୋଲି କହିଛନ୍ତି। ଏହାର ଜପ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ଚାଣକ୍ୟଙ୍କ ଅନୁସାରେ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମନୁଷ୍ୟର ଶକ୍ତି, ଆୟୁ ଓ ଧନ ପ୍ରାପ୍ତି ହୋଇଥାଏ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories