www.samajalive.in
Saturday, December 6, 2025
15.1 C
Bhubaneswar

ବଦାପାଜୁରେ ବିଏସଏଫ କ୍ୟାମ୍ପ ଉଦଘାଟିତ

ଫୁଲବାଣୀ : ମାଓ ଅଧ୍ୟୁଷିତ ଗୋଚ୍ଛାପଡା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତର ବଦାପାଜୁ ଠାରେ ସୀମା ସୁରକ୍ଷା ବଳ ତରଫରୁ ଏକ ନୂତନ କ୍ୟାମ୍ପ ସ୍ଥାପନ କରାଯାଇଛି। ଏ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଏସଏଫ ୯୯ ବାଟାଲିୟନର କମାଣ୍ଡାଣ୍ଟ ସଞ୍ଜୀବ କୁମାର, କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର, ସହକାରୀ କମାଣ୍ଡାଣ୍ଟ ଆଶୀଷ କୁମାର ସରକାର,ରଞ୍ଜିତ କୁମାର ଦାସ, ଡେପୁଟି କମାଣ୍ଡାଣ୍ଟ ଭାରତ ସିଂ ପାଲ, ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ପ୍ରମୂଖ ଯୋଗ ଦେଇଥିଲେ। ଏହି ନୂତନ କ୍ୟାମ୍ପର ସ୍ଥାପନ ଦ୍ଵାରା ଏହି ଅଞ୍ଚଳରେ ସରକାରୀ ଯୋଜନା ସୁବିଧାରେ ପହଞ୍ଚି ପାରିବା ସହ ବିକାଶ ତ୍ବରାନ୍ବିତ ହୋଇ ପାରିବ ବୋଲି ଏ ଅବସରରେ କହିଥିଲେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାତ୍ର।
ସେହିଭଳି ବିଏସଏଫର ଉପସ୍ଥିତି ସ୍ଥାନୀୟ ଅଞ୍ଚଳରେ ମାଓ ଗତିବିଧିକୁ ପ୍ରତିହତ କରିବାରେ ସହାୟକ ହେବ ବୋଲି କହିଥିଲେ ବିଏସଏଫ କମାଣ୍ଡାଣ୍ଟ ସଞ୍ଜୀବ କୁମାର। କାର୍ଯ୍ୟକ୍ରମ ଅବସରରେ ବଦାପାଜୁ, ସାଲେଣୀ, ଜଲାପଦର, ସଲାଗୁଡା, ନେଡିପଦର, ବକେପାଙ୍ଗା ଗ୍ରାମବାସୀଙ୍କୁ ଘରକରଣା ସାମଗ୍ରୀ, ଶୀତବସ୍ତ୍ର, ପୋଷାକ, ଔଷଧ ଓ ପିଲାମାନଙ୍କୁ ଖେଳ ସାମଗ୍ରୀ ବଣ୍ଟନ କରା ଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଓ୍ବାର୍ଡ ମେମ୍ବର ପୁଷ୍ପଲତା କହଁର, ପୂର୍ବତନ ଓ୍ବାର୍ଡ ମେମ୍ବର ତରୁଣ କହଁରଙ୍କ ସମେତ ବିଏସଏଫ ଓ ଏସଓଜି ଯବାନ, ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories