www.samajalive.in
Saturday, December 6, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ

ପାଟଣା : ପାଟଣା ପ୍ରତି ଅବହେଳା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ, ୫ଟି ଅଧ୍ୟକ୍ଷ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପାଟଣା ତହସିଲଦାରଙ୍କୁ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ଧରି ପାଟଣାରେ ସବ ରେଜିଷ୍ଟ୍ରି ଅଫିସ, ସବ ଟ୍ରେଜେରୀ, ଏସଡିଜେଏମ୍ କୋର୍ଟ ଓ ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିଷ୍ଠା ପାଇଁ ପାଟଣା ବାସୀ ଦାବି କରି ଆସୁଥିଲେ ହେଁ ଅଦ୍ୟାବଧି ରାଜ୍ୟ ସରକାର ୨୪ ବର୍ଷ ମଧ୍ୟରେ ଗୋଟିଏ ହେଲେ ଦାବି ପୂରଣ ନହୋଇଥିବାରୁ ପାଟଣା ବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ନିକଟ ଅତୀତରେ ଓଡ଼ିଶାର ବିଭିନ୍ନ ସହରାଞ୍ଚଳକୁ ଏନ୍ଏସି ଓ ମ୍ୟୁନିସିପାଲଟି ଘୋଷଣା କରାଯାଇଥିବା ବେଳେ ପାଟଣାକୁ ଏନ୍ଏସି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇନଥିବାରୁ ପାଟଣା ଅଞ୍ଚଳର ବୁଦ୍ଧିଜିବୀ ମାନଙ୍କ ପକ୍ଷରୁ ବରିଷ୍ଠ ସମାଜସେବୀ ଇଂ ବିଦ୍ୟାଧର ଦାଶ, ପାଟଣାର କଂଗ୍ରେସ ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ସାମାଜିକ କର୍ମୀ ଅଜୟ କୁମାର ଦାଶ, ଲକ୍ଷ୍ମଣ କୁମାର ଦାଶ, କଂଗ୍ରେସ ନେତା କୈଳାସ ଚନ୍ଦ୍ର ବାରିକ୍, ଶଙ୍କର୍ଷଣ ସାହୁ, ଯୁଧିଷ୍ଠିର ମହାନ୍ତ, ବିଜେଡ଼ି ନେତା ପ୍ରଶାନ୍ତ କୁମାର ଭଞ୍ଜ, ବିଜେପି ନେତା ଦୁର୍ଗା ଚରଣ ନାଏକ, ଗତିକୃଷ୍ଣ ପାତ୍ର, ଅଜୟ କୁମାର ବେହେରା, ପ୍ରକାଶ କୁମାର ସେଠୀ, ସହଦେବ ବେହେରା, ଚିରଞ୍ଜିବ ଦାଶଙ୍କ ସମେତ ଅନେକ ଜନସାଧାରଣ ସାମିଲ ହୋଇ ପାଟଣା ତହସିଲ ଦାର ସୁଶ୍ରୀ ଲୀଳାବତୀ ନାୟକଙ୍କୁ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ପାଟଣା ତହସିଲଦାର ଏହି ଦାବି ପତ୍ରକୁ ମୁଖ୍ୟମନ୍ତ୍ରୀ, ୫ଟି ଅଧ୍ୟକ୍ଷ ଏବଂ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇ ଏହି ଦାବି ଗୁଡ଼ିକ ପୂରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସୂଚନା ପ୍ରଦାନ କରିଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories