ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଡେସ୍କ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଠାରେ ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ସମ୍ବଲପୁର ଷ୍ଟେସନରେ ଆଭାସୀ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ଥିଲେ। ଏହି ଅବସରରେ ‘ସମ୍ବଲପୁର ହଟିଆ – ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସର ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନନ୍ଦ ପ୍ରକାଶ କରିଛନ୍ତି। ଗୋରଖପୁର ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରି ଉତ୍ତର ଭାରତରେ ରହୁଥିବା ସମ୍ବଲପୁର ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ନାଗରିକଙ୍କ ଦୀର୍ଘ ଦିନର ଅପେକ୍ଷାକୁ ପୂରଣ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଓଡ଼ିଶାର ଦକ୍ଷିଣାଞ୍ଚଳ ଶିକ୍ଷା, ସାହିତ୍ୟ, କଳା ଓ ହସ୍ତଶିଳ୍ପରେ ସମୃଦ୍ଧ – ରାଷ୍ଟ୍ରପତି
ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ଦେଶରେ ମୋଦୀ ସରକାରରେ ସବୁ କ୍ଷେତ୍ର ବିଶେଷ ଭାବରେ ରେଳ ବିଭାଗରେ ଲୋକଙ୍କର ପ୍ରତି ଆଶା ବଢିଛି। ପ୍ରାୟ ୪୦୦ କୋଟି ଟଙ୍କାରୁ ଅଧିକ ଟଙ୍କା ବ୍ୟୟରେ ସମ୍ବଲପୁର ଷ୍ଟେସନ ସମେତ ସହରରେ ଥିବା ଅନ୍ୟାନ୍ୟ ଷ୍ଟେସନର ନବୀକରଣ ହେଉଛି। ଆଜିର ପଦକ୍ଷେପ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ସମେତ ଆଖପାଖ ଜିଲ୍ଲାର ଯାତ୍ରୀ ସୁବିଧାକୁ ସୁଗମ କରିବ ବୋଲି ସେ କହିଛନ୍ତି। ରେଳବାଇ କ୍ଷେତ୍ରରେ ଓଡ଼ିଶାର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଦୋହରାଇଛନ୍ତି।
Comments are closed.