www.samajalive.in
Friday, December 5, 2025
17.1 C
Bhubaneswar

କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବୌଦ୍ଧ : ବୌଦ୍ଧ ଜଳସମ୍ପଦ ବିଭାଜନର କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷ ଆତ୍ମହତ୍ୟା କରିଛନ୍ତି । ସରକାରୀ କ୍ୱାର୍ଟର ଭିତରୁ ପଙ୍ଖା ରେ ଝୁଲୁଥିବା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ମୁତାବକ ପ୍ରଦୀପ କୁମାର ଘୋଷ  ବୌଦ୍ଧ ଜଳ ସମ୍ପଦ ବିଭାଜନ ରେ କନିଷ୍ଠ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । ବୁଧବାର ମଧ୍ୟାହ୍ନରେ ସେ ନିଜର ଅଫିସ କାମ ପରେ ଖାଇ ସାରି କ୍ୱାର୍ଟରକୁ ଫେରିଥିଲେ । ଅପରାହ୍ନ ପରେ ସେ ଆଉ ଘରୁ ବାହାରି ନଥିଲେ । ରାତ୍ରୀ ପର୍ଯ୍ୟନ୍ତ ଯନ୍ତ୍ରୀ ଙ୍କ ଦେଖା ନମିଳିବାରୁ ତାଙ୍କ ଅଫିସ କର୍ମଚାରୀମାନେ ଘରକୁ ଯାଇ ଦେଖିବା ପରେ ଭିତର ପଟରୁ କବାଟ ବନ୍ଦ ଥିଲା । ଅନେକ ଡାକିବା ପରେ ମଧ୍ୟ କବାଟ ନଖୋଲିବାରୁ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା । ଦୁଇଜଣ କର୍ମଚାରୀ ଘର୍ ପଛପଟ କବାଟ ଭାଙ୍ଗି ଘର ଭିତରକୁ ଯାଇ ଦେଖିବା ପରେ ଯନ୍ତ୍ରୀ ପ୍ରଦୀପ ଙ୍କ ଶବ ପଙ୍ଖା ରେ ଝୁଲୁଥିଲା । ତୁରନ୍ତ ଏ ସମ୍ପର୍କରେ ପୁଲିସ୍‌କୁ ସୂଚନା ଦିଆଯିବା ପରେ ପୁଲିସ୍ ପହଞ୍ଚି ତଦନ୍ତ କରୁଛି ।  ପ୍ରଦୀପ ଙ୍କ ଘର ବାରିପଦା ଓ ସେ ଅବିବାହିତ ଥିଲେ । ଏବଂ ବୌଦ୍ଧ ଇରିଗେଶନ କଲୋନୀ ର ଏକ ସରକାରୀ କ୍ୱାର୍ଟର ରେ ଏକୁଟିଆ ରହୁଥିଲେ । ତେବେ ମାନସିକ ବିକୃତି କାରଣ ରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି  ବୋଲି ସନ୍ଦେହ କରାଯାଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories