www.samajalive.in
Saturday, December 6, 2025
14.1 C
Bhubaneswar

ପିଏମ୍-କିଷାନ ଯୋଜନାର ୧୬ତମ କିସ୍ତି ଆଜି ସନ୍ଧ୍ୟାରେ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ଯବତମାଲ ଗସ୍ତରେ ଯିବେ। ରାଜ୍ୟରେ ୪୯୦୦ କୋଟିରୁ ଅଧିକ ଟଙ୍କାର ରେଳ, ସଡ଼କ ଓ ଜଳସେଚନ ସମ୍ବନ୍ଧୀୟ ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ମୋଦି। ପ୍ରଧାନମନ୍ତ୍ରୀ ୟବତମାଲରୁ ଏକ ସାଧାରଣ ସଭାରେ ପିଏମ୍-କିଷାନ ଯୋଜନାର ୧୬ତମ କିସ୍ତି ସ୍ୱରୂପ ୨୧ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଯବତମାଲଠାରେ ଆୟୋଜିତ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମିଳନୀରେ ମହାରାଷ୍ଟ୍ରର ୫.୫ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୮୨୫ କୋଟି ଟଙ୍କାର ରିଭ୍ଲଭିଂ ପାଣ୍ଠି ପ୍ରଦାନ କରିବେ ମୋଦି।

ଆଉ ଶୁଣିପାରିଲେନି ବିଚାରପତି, କହିଲେ – ଶୁଣାଣି ଯୋଗ୍ୟ ନୁହେଁ…

- Advertisement -

ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ୧୩୦୦ କୋଟିରୁ ଅଧିକ ଟଙ୍କାର ରେଳ ପ୍ରକଳ୍ପର ଉଦଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାର୍ଦ୍ଧା-କଲାମ୍ବ ବ୍ରଡ୍ ଗେଜ୍ ଲାଇନ୍ ଏବଂ ନ୍ୟୁ ଅଷ୍ଟୀ- ଆମାଲନର ବ୍ରଡ୍ ଗେଜ୍ ଲାଇନ୍ ଅନ୍ତର୍ଭୁକ୍ତ। ନୂତନ ବ୍ରଡ୍ ଗେଜ୍ ଲାଇନ୍ ବିଦର୍ଭ ଏବଂ ମରାଠୱାଡା ଅଞ୍ଚଳର ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ବିକାଶକୁ ପ୍ରୋତ୍ସାହିତ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories