www.samajalive.in
Sunday, December 7, 2025
26.1 C
Bhubaneswar

ଆସିଲା ପଲସରର ନୂଆ ମଡେଲ, ପୂର୍ବ ଅପେକ୍ଷା ମହଙ୍ଗା

ନୂଆଦିଲ୍ଲୀ : ନୂଆ ୨୦୨୪ ପଲସର୍ ଏନଏସ୍ ୧୬୦ ଏବଂ ଏନଏସ୍ ୨୦୦କୁ ଲଞ୍ଚ୍ କରିବା ପରେ ଏବେ ବଜାଜ ଭାରତରେ ଅପଡେଟେଡ୍ ପଲସର୍ ଏନଏସ୍ ୧୨୫ ମଧ୍ୟ ଲଞ୍ଚ୍ କରିଦେଇଛି । ଏହାର ଦାମ୍ ୧,୦୪,୯୨୨ ଟଙ୍କା(ଏକ୍ସ-ଶୋରୁମ୍) ରଖାଯାଇଛି । ଏହି ଦାମ୍ ସହିତ ଏହା ପୁରୁଣା ମଡେଲ୍ ତୁଳନାରେ ଏବେ ୫ ହଜାର ଟଙ୍କା ମହଙ୍ଗା ହୋଇଯାଇଛି । ବଜାରରେ ଏହାର ସିଧା ମୁକାବିଲା ହିରୋ ଏକ୍ସଟ୍ରିମ୍ ୧୨୫ଆର୍ ଏବଂ ଟିଭିଏସ୍ ରାଇଡର ୧୨୫ ସହ ହେବ ।

୨୦୨୪ ବଜାଜ ପଲସର ଏନଏସ୍ ୧୨୫ରେ ମଧ୍ୟ ସେହି ଅପଡେଟ୍ ଦେଖିବାକୁ ମିଳୁଛି ଯାହା ବଡ ପଲସର (ଏନଏସ୍ ୧୬୦ ଏବଂ ଏନଏସ୍ ୨୦୦)ରେ ମିଳିଛି । ଏହାର ଦମଦାର ଡିଜାଇନକୁ ପୂର୍ବ ଭଳି ରଖାଯାଇଛି । ବାଇକର ସାମ୍ନା ଡିଜାଇନ୍, ଫ୍ୟୁଲ ଟ୍ୟାଙ୍କ ଏବଂ ସାଇଡ ପ୍ୟାନେଲରେ କୌଣସି ପରିବର୍ତ୍ତନ କରାଯାଇନି । ତେବେ ଏହାର ହେଡଲାଇଟରେ କିଛି ପରିବର୍ତ୍ତନ କରାଯାଇଛି ।

- Advertisement -

ବାଇକରେ ଏବେ ସ୍ମାର୍ଟଫୋନ୍ କନେକ୍ଟିଭିଟି ବିଶିଷ୍ଟି ସମ୍ପୂର୍ଣ୍ଣ ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ ଦିଆଯାଇଛି । ଯାହା ଫଳରେ ଚାଳକ ଏସଏମଏସ୍ ଏବଂ କଲ୍ ନୋଟିଫିକେସନ୍ ଫୋନ୍ ବ୍ୟାଟେରୀର ସ୍ତର ଭଳି ସୂଚନା ଦେଖିପାରିବେ । ଏହା ବ୍ୟତୀତ, ବାଇକରେ ୟୁଏସବି ପୋର୍ଟ ଏବଂ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ ମଧ୍ୟ ଦିଆଯାଇଛି । ୟୁଏସବି ପୋର୍ଟରୁ ଆପଣ ନିଜ ଫୋନ୍ ବା ଇୟରଫୋନ୍ ଆଦି ଚାର୍ଜ କରିପାରିବେ ।  ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ ମଧ୍ୟ ଏଥିରେ ରଖାଯାଇଛି । ବାଇକରେ ସିଙ୍ଗଲ-ଚ୍ୟାନେଲ୍ ଏବିଏସ୍ ସିଷ୍ଟମ ସହିତ ଫ୍ରଣ୍ଟ ଡିସ୍କ ବ୍ରେକ୍ ଏବଂ ରିୟରରେ ଡ୍ରମ୍ ବ୍ରେକ୍ ଦିଆଯାଇଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories