www.samajalive.in
Monday, December 15, 2025
17.1 C
Bhubaneswar

ମିଶନ ଶକ୍ତି କାର୍ଯ୍ୟକ୍ରମ, ୨୪୧ ଗୋଷ୍ଠୀଙ୍କ ଖାତାକୁ ୨୨ ଲକ୍ଷରୁ ଊର୍ଦ୍ଧ୍ବ ପ୍ରଦାନ

ଲକ୍ଷ୍ମୀପୁର: ମଙ୍ଗଳବାର କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ମିଶନ ଶକ୍ତି ପକ୍ଷରୁ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସ୍ବୟଂ  ସହାୟକ ଗୋଷ୍ଠୀମାନେ ଯୋଗଦେଇଥିଲେ । ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ମହିଳାଙ୍କୁ ସଶକ୍ତ କରିବା ପାଇ ପୁର୍ବରୁ ଅନେକ ଗୁଡ଼ିଏ ବ୍ୟବସ୍ଥା କରିଥିଲେ । ସେହିପରି ଗୋଷ୍ଠୀମାନଙ୍କୁ ବିଭିନ୍ନ ବ୍ୟବସାୟ କରିବା ପାଇଁ ଋଣ ଯୋଗାଇ ଦେଇଥିଲେ ।  ବର୍ତ୍ତମାନ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ସେମାନେ ନେଇଥିବା ଋଣର ସୁଧ ଛାଡ଼ ଏବଂ ୟୁନିଫର୍ମ ଏବଂ ବ୍ଲେଜର ଦିଆଯିବା ପାଇଁ ବ୍ୟବସ୍ଥା ହୋଇଛି । ବ୍ଲକର ୨୪୧ ଟି ଗ୍ରୁପକୁ ସୁଧ ଛାଡ ବାବଦକୁ ସେମାନଙ୍କ ଖାତାକୁ ୨୨ ଲକ୍ଷ ୬୮ ହଜାର ଟଙ୍କା ପଠାଯାଇଛି ।

ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଗୁରେଶ୍ବର ଭୋଇ, ଅଧ୍ୟକ୍ଷା ସ୍ବାଇ କୁଲେସିକା, ଉପାଧ୍ୟକ୍ଷା ଆରତୀ କୁଲଦୀପ, ଶିଶୁ ବିକାଶ ଅଧିକାରୀ ପାର୍ବତୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ । ସରକାର ଯେଉଁ ଯୋଜନାମାନ କରୁଛନ୍ତି, ସ୍ବୟଂ ସହାୟକ ଗୋଷ୍ଠୀମାନେ ତାହାର ସୁଫଳ ପ୍ରାପ୍ତ ହେବା ଆବଶ୍ୟକ ବୋଲି କହିବା ସହିତ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories