ତୃଣମୂଳ କଂଗ୍ରେସ ପାଇଁ ନ୍ୟାୟ ଅପେକ୍ଷା ତୁଷ୍ଟୀକରଣ ଅଧିକ ଗୁରୁତ୍ୱପୂର୍ଣ୍ଣ – ବିଜେପି

ଡେସ୍କ: ସନ୍ଦେଶଖାଲି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ବିଜେପି ଅଭିଯୋଗ କରିଛି ଯେ ଟିଏମସି ନେତା ଶାଜାହାନ ଶେଖଙ୍କ ତୁଷ୍ଟୀକରଣ ରାଜନୀତି ଯୋଗୁଁ ସେ ତାଙ୍କୁ ସୁରକ୍ଷା ଦେଇଛନ୍ତି। ଦଳର ମୁଖପାତ୍ର ପ୍ରେମ ଶୁକ୍ଳା ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରାଜ୍ୟର ଶାସକ ତୃଣମୂଳ କଂଗ୍ରେସ ପାଇଁ ନ୍ୟାୟ ଅପେକ୍ଷା ତୁଷ୍ଟୀକରଣ ଅଧିକ ଗୁରୁତ୍ୱପୂର୍ଣ୍ଣ। ସନ୍ଦେଶଖାଲିରେ ଜମି ଜବରଦଖଲ ଓ ମହିଳାଙ୍କ ଉପରେ ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି। ଶ୍ରୀ ଶୁକ୍ଳା ଟିଏମସି ନେତା କୁନାଲ ଘୋଷଙ୍କ ବୟାନକୁ ଉଦାହରଣ ଦେଇ କହିଛନ୍ତି ଯେ ଶାଜାହାନ ଶେଖଙ୍କୁ ଏକ ସପ୍ତାହ ମଧ୍ୟରେ ଗିରଫ କରାଯିବ ଏବଂ ଏହା ବର୍ତ୍ତମାନ ସ୍ପଷ୍ଟ ହୋଇଛି ଯେ ଟିଏମସି ତାଙ୍କ ଠିକଣା ଜାଣିଛି। ଏହି ପ୍ରସଙ୍ଗରେ ନୀରବତା ପାଇଁ ସେ ବିରୋଧୀ ଇଣ୍ଡିଆ ଗୋଷ୍ଠୀକୁ ମଧ୍ୟ ଟାର୍ଗେଟ କରିଛନ୍ତି।

ସିନେମା ହଲରେ ପ୍ରଦର୍ଶିତ ହେବ ଭୋଟର ସଚେତନତା ସମ୍ବନ୍ଧୀୟ ଚଳଚ୍ଚିତ୍ର

Comments are closed.