ସିନେମା ହଲରେ ପ୍ରଦର୍ଶିତ ହେବ ଭୋଟର ସଚେତନତା ସମ୍ବନ୍ଧୀୟ ଚଳଚ୍ଚିତ୍ର
ଡେସ୍କ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟର ସଚେତନତା ଏବଂ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାକୁ ନିର୍ବାଚନ ଆୟୋଗ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ଚଳଚ୍ଚିତ୍ର ପ୍ରଦର୍ଶନ ପୂର୍ବରୁ ଓ ବ୍ୟବଧାନରେ ଏକ ଭୋଟର ସଚେତନତା ଚଳଚ୍ଚିତ୍ର ‘ମେରା ମତ ମେରା କର୍ତ୍ତବ୍ୟ’ ପ୍ରଦର୍ଶିତ କରିବାକୁ ସିନେମା ମାଲିକମାନଙ୍କୁ ନିର୍ଦ୍ଦେଶ ଦେବାକୁ ଆୟୋଗ ମନ୍ତ୍ରଣାଳୟକୁ କହିଛନ୍ତି। ଇଂରାଜୀ ଓ ଆଞ୍ଚଳିକ ଭାଷାରେ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀ ଏହି ଚଳଚ୍ଚିତ୍ର ଉପଲବ୍ଧ କରାଇବେ। ଆକାଶବାଣୀ ଓ ଦୂରଦର୍ଶନକୁ ଭୋଟର ଶିକ୍ଷା ଉପରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ କୁହାଯାଇପାରିବ ବୋଲି କମିଶନ କହିଛନ୍ତି। ଭୋଟର ସଚେତନତା କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିବା ପାଇଁ ନିରବଚ୍ଛିନ୍ନ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ନୋଡାଲ ଅଫିସର ନିଯୁକ୍ତ କରିବାକୁ କମିଶନ କହିଛନ୍ତି।
Comments are closed.