ଅଷ୍ଟମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡିର ସମନ
ଡେସ୍କ: ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଷ୍ଟମ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି। ଆସନ୍ତା ମାସ ୪ ତାରିଖରେ ଏହି ମାମଲାର ତଦନ୍ତରେ ହାଜର ହେବାକୁ ଇଡି କହିଛି। ଏହା ପୂର୍ବରୁ କେଜ୍ରିଓ୍ଵାଲଙ୍କୁ ୭ ଥର ସମନ କରାଯାଇଛି ଏବଂ ସେ ଥରେ ବି ଇଡି ନିକଟରେ ହାଜର ହୋଇନାହାନ୍ତି। ଆମ୍ ଆଦମୀ ପାର୍ଟି ଏହି ସମନକୁ ଏକ ରାଜନୈତିକ ପଦକ୍ଷେପ ବୋଲି କହୁଛି।
ଅନ୍ୟପକ୍ଷରେ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଏହି ପ୍ରସଙ୍ଗରେ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି। ବାରମ୍ବାର ସମନ ସତ୍ତ୍ୱେ ଏଜେନ୍ସି ନିକଟରେ ହାଜର ନ ହେବାରୁ ଶ୍ରୀ ସଚଦେବ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ଆଇନ ପାଳନ କରୁନାହାନ୍ତି।
Comments are closed.