ଗୁଳି କରି ଗହଣା ଲୁଟ

ଢେଙ୍କାନାଳ: ଗୁଳିମାଡ଼ କରି ଗହଣା ବ୍ୟବସାୟୀଙ୍କଠାରୁ ଲୁଟ ହୋଇଥିବା ସୂଚନା ମିଳିଛି। ସାଢ଼େ ୩ ଲକ୍ଷର ଗହଣା ସହ ନଗଦ ୧ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ଅଭିଯୋଗ ହୋଇଛି। ରସୋଳ ଥାନା କଦଳୀପାଳ ନିକଟରେ ୨ ଦୁର୍ବୁତ୍ତ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ବାଇକରେ କଟକରୁ ଅନୁଗୁଳ ଯାଉଥିଲେ ବ୍ୟବସାୟୀ। ୨ ଦୁର୍ବୁତ୍ତ ପିଛା କରି ଦୁର୍ବୁତ୍ତ ତାଙ୍କୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି। ଗୁଳିମାଡ଼ ପରେ ବ୍ୟବସାୟୀ ଜଣକ ଗୁରୁତର ହୋଇପଡ଼ିଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Comments are closed.