www.samajalive.in
Monday, December 15, 2025
15.1 C
Bhubaneswar

ଆଉ ନାହାଁନ୍ତି ‘ନା କଜରେ କି ଧାର୍’ର ଗାୟକ ପଙ୍କଜ ଉଧାସ

ନୂଆଦିଲ୍ଲୀ : ମନୋରଞ୍ଜନ ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲିଉଡ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ ଘଟିଛି । ୭୨ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପଙ୍କଜଙ୍କ କନ୍ୟା ନାୟାବ ଉଧାସ ତାଙ୍କ ମୃତ୍ୟୁ ସୂଚନା ସେୟାର କରିଛନ୍ତି । ପୋଷ୍ଟରେ ସେ ଲେଖିଛନ୍ତି କି- ବହୁତ ଦୁଃଖର ସହ ଜଣାଇବାକୁ ପଡୁଛି କି ପଦ୍ମଶ୍ରୀ ପଙ୍କଜ ଉଧାସଙ୍କର ୨୬ ଫେବୃୟାରୀ ୨୦୨୪ରେ ଦେହାନ୍ତ ହୋଇଛି । ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ ।

 

View this post on Instagram

 

A post shared by Nayaab Udhas (@nayaabudhas)

- Advertisement -

ତେବେ ସକାଳ ପ୍ରାୟ ୧୧ଟା ସୁଦ୍ଧା କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ନିଧନ ଖବର ପରେ ସଙ୍ଗୀତ ଜଗତ ଦୁଃଖରେ ଭାଙ୍ଗି ପଡିଛି । ସମସ୍ତେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ‘ନା କଜରେ କି ଧାର’, ‘ଚିଠି ଆଇ ହେ…’, ‘ଚାନ୍ଦି ଜେସା ରଙ୍ଗ ହେ ତେରା’ ଭଳି ଅନେକ ଗୀତରେ ନିଜ ସ୍ବର ଦେଇଥିଲେ ପଦ୍ମଶ୍ରୀ ପଙ୍କଜ ଉଧାସ । ତାଙ୍କ ପରଲୋକ ଖବର ଶୁଣି ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories