www.samajalive.in
Sunday, December 14, 2025
26.1 C
Bhubaneswar

ଚୁନରୁ ତିଆରି ହେଉଛି ପନୀର! ଜାଣିଲେ ମୁଣ୍ଡ ବୁଲାଇବ..

ଆମିଷ ପ୍ରେମୀ ହୁଅନ୍ତୁ କିମ୍ବା ସାଧା ଭୋଜନ ପସନ୍ଦ କରୁଥିବା ବ୍ୟକ୍ତି,ସଭିଁଙ୍କୁ ପନୀର ଖୁବ୍‌‌ ପସନ୍ଦ। ପନୀର ଖାଇବାକୁ ସ୍ୱାଦିଷ୍ଟ ହେବା ସହ ଏହା ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ। ତେବେ ସୋସିଆଲ ମିଡିଆରେ କିଛି ଦିନ ହେବ ଏପରି ଏକ ଭିଡିଓ ଭାଇରାଲ୍‌‌ ହେଉଛି। ଏହି ଭିଡିଓ ଏକ ପନୀର ତିଆରି ହେଉଥିବା ଫ୍ୟାକ୍ଟ୍ରିର। ଭିଡିଓ ଦେଖିବା ପରେ ଅସଲି ଓ ନକଲି ପନୀର ମଧ୍ୟରେ ଫରକ୍‌‌ ଜାଣିବା ପରେ ହିଁ ଏହାକୁ କିଣିବେ। ଏଥିପ୍ରତି ସତର୍କତା ନିଶ୍ଚୟ ଅବଲମ୍ବନ କରିବେ।
ଭାଇରାଲ ଭିଡିଓଟି ରାଜସ୍ଥାନର ଅଲବର ଜିଲାର ବୋଲି ଜଣାପଡିଛି। ଏଠାରେ ଥିବା ଫ୍ୟାକ୍ଟ୍ରିରେ ବହୁଳ ମାତ୍ରାରେ ପନୀର ତିଆରି କରାଯାଉଥିବା ଦେଖାଯାଉଛି। ଏହାକୁ ଦେଖିବା ପରେ ନିଶ୍ଚୟ ଚିନ୍ତାରେ ପଡିଯିବେ ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ। ଏଠାରେ ବଡ ବଡ କଣ୍ଟେନରରେ ପନୀର ତିଆରି କରାଯାଉଛି। ମାତ୍ର ଯେଉଁଥିରେ ପନୀର ତିଆରି କରାଯାଉଛି, ତାହା ଆଶ୍ଚର୍ଯ୍ୟ ଚକିତ କରିବ। ସାଧାରଣତଃ ପନୀର ପ୍ରସ୍ତୁତ କରିବା ପାଇଁ କ୍ଷୀରର ବ୍ୟବହାର କରାଯାଏ। ମାତ୍ର ଏଠାରେ ଏକ ପ୍ରକାର ଚୁନ ଓ ପାମ୍‌‌ ତେଲ ବ୍ୟବହାର କରାଯାଉଛି। ଏହାସହ ସ୍ୱଚ୍ଛତା ଆଦୌ ନାହିଁ।
ଭିଡିଓ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି ଏହି ଭିଡିଓ ଭୟଙ୍କର। କିଛି ଲୋକେ ମତ ଦେଇଛନ୍ତି, ପନୀର ଖାଇବା ଛାଡି ଦିଅନ୍ତୁ। ବଦଳରେ ଟମାଟୋ,ସେଓ ଖାଆନ୍ତୁ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories