www.samajalive.in
Saturday, December 6, 2025
17.1 C
Bhubaneswar

ଗଣିତ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ କର୍ତ୍ତୃପକ୍ଷ, କହିଲେ ପ୍ରଶ୍ନପତ୍ର ଲିକ୍ ହୋଇନାହିଁ

କଟକ: ପୁଣି ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝରରେ ଗଣିତ ପ୍ରଶ୍ନପତ୍ରର ଦୁଇଟି ସେଟ୍ ଭାଇରାଲ ହୋଇଥିବା ସୂଚନା ମିଳିଛି। ପରୀକ୍ଷା ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସେପଟେ କିନ୍ତୁ ମାଟ୍ରିକ୍ ଗଣିତ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ବୋର୍ଡ ଖଣ୍ଡନ କରିଛି। ବୋର୍ଡ ସଭାପତି ଏବଂ ଉପସଭାପତି ଏହି ଘଟଣାକୁ ଖଣ୍ଡନ କରିଛନ୍ତି। ୧୧ଟା ୪୫ରେ ପରୀକ୍ଷା ସରିବା ପରେ ପ୍ରଶ୍ନପତ୍ର ପଦାକୁ ଆସିଛି। ୧୧ଟା ୪୫ ପୂର୍ବରୁ କୌଣସି ଅଭିଯୋଗ ଆମ ପାଖକୁ ଆସିନାହିଁ। ତେଣୁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇନଥିବା ବୋର୍ଡ ଉପସଭାପତି କହିଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତା ପ୍ରକଟ କରିଛନ୍ତି। ସେଟ୍-ସି ଏବଂ ଡି ର ଭାଇରାଲ୍ ପ୍ରଶ୍ନ ଆଜିର ପ୍ରଶ୍ନ ସହ ମେଳ ଖାଉଥିବା ପରୀକ୍ଷାର୍ଥୀମାନେ କହିଛନ୍ତି। ଏସବୁ ଆମ ମାନଙ୍କ ଉପରେ ଚାପ ପକାଉଛି , ତେଣୁ ଯେଉଁଠି ଏସବୁ ହୋଇଛି , ସେଠି କାର୍ଯ୍ୟାନୁଷ୍ଠାନ ହେଉ । ଆମ ଜିଲ୍ଲାରେ ହୋଇନି, ଯେଉଁ ଜିଲ୍ଲାରେ ହୋଇଛି କାର୍ଯ୍ୟାନୁଷ୍ଠାନ ହେଉ। ଦୟାକରି ପ୍ରଶ୍ନପତ୍ର ଭାଇରାଲ୍ କରନ୍ତୁ ନାହିଁ। ସେମାନଙ୍କୁ ଚିହ୍ନଟ କରି ଦଣ୍ଡିତ କରାଯାଉ।

 

- Advertisement -

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories