ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ୍
ସମ୍ବଲପୁର: ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ଦେଇଛନ୍ତି ରାଜ୍ୟ ସରକାର। ସମ୍ବଲପୁରରେ ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିଛି ନୂଆ-ଓ ସ୍କଲାରସିପ୍। ଛାତ୍ରୀଙ୍କୁ ବାର୍ଷିକ ୧୦ହଜାର ଓ ଛାତ୍ରଙ୍କୁ ୯ହଜାର ଟଙ୍କା ଲେଖାଏ ସ୍କଲାରସିପ୍ ପ୍ରଦାନ କରାଯାଇଛି। ୩ ଜିଲାର ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରିଛନ୍ତି ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଏହି ସ୍କଲାରସିପ ଦ୍ୱାରା ୯୫ପ୍ରତିଶତ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କୁହାଯାଇଛି। ଏହି ଯୋଜନାରୁ ଆୟକରଦାତା ଓ ସରକାରୀ କର୍ମଚାରୀଙ୍କ ପିଲାଙ୍କୁ ବାଦ ଦିଆଯାଇଛି।
Comments are closed.