www.samajalive.in
Sunday, December 14, 2025
19.1 C
Bhubaneswar

ନାଫେ ସିଂହ ରାଠିଙ୍କୁ ଗୁଳି ହତ୍ୟା ଘଟଣାରେ ତଦନ୍ତ କରୁଛି ଏସଟିଏଫ: ଶୀଘ୍ର ଗିରଫ ହେବେ ଅଭିଯୁକ୍ତ

ସମାଜ ଡିଜିଟାଲ ଡେସ୍କ: ହରିୟାଣାରେ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳର ରାଜ୍ୟ ସଭାପତି ନାଫେ ସିଂହ ରାଠିଙ୍କୁ ଗୁଳି କରି ହତ୍ୟାକରିବା ଘଟଣାରେ ତଦନ୍ତ ଆରମ୍ଭ କରିଛି ଏସଟିଏଫ।
ରବିବାର ସନ୍ଧ୍ୟାରେ ବାହାଦୂରଗଡ ନିକଟରେ ନାଫେ ସିଂହ ରାଠି କାରରେ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଆସି ୩୦ ରାଉଣ୍ଡ ଗୁଳି ଚଳାଇଥିଲେ। ଆଇଏନଏଲଡି ଦଳର ନେତା ଅଭୟ ଚୌଟାଲା କହିଛନ୍ତି ନାଫେ ସିଂହ ରାଠିଙ୍କ ସହିତ ସହଯୋଗ କରିବାକୁ ଥିବା ଅନ୍ୟ ଜଣେ ଦଳୀୟ କର୍ମୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଲୋକସଭା ନିର୍ବାଚନ ପୂର୍ବର୍ରୁ ବିରୋଧୀ ଦଳର ସଭାପତିଙ୍କୁ ଏଭଳି ହତ୍ୟା କରାଯାଇଥିବାରୁ ହରିୟାଣାରେ ବିଜେପି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ।

ସୂଚନା ଅନୁସାରେ ଗୁଳିକାଣ୍ଡ ବେଳେ ନାଫେ ସିଂହ ରାଠିଙ୍କ ସହିତ ତିନି ଜଣ ଘରୋଇ ବନ୍ଧୁକଧାରୀ ଥିଲେ । ସେମାନେ ଆହତ ହୋଇ ମେଡିକାଲରେ ଚିକିତ୍ସି ହେଉଛନ୍ତି । ଚୌଟାଲା କହିଛନ୍ତି, ରାଠିଙ୍କୁ କୌଣସି ପ୍ରକାର ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇନଥିଲା । ଏସପି ଅର୍ପିତ ଜୈନ କହିଛନ୍ତି, ଗୁଳିକାଣ୍ଡ ବାବଦରେ ପୋଲିସ ଅବଗତ ଅଛି । ସିଆଇଏ ଏବଂ ଏସଟିଏଫ୍ ଟିମ୍ ତଦନ୍ତ କରୁଛନ୍ତି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories