www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରଭୁ ଧବଳେଶ୍ୱରଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଗୁରୁଡିଝାଟିଆ : ପ୍ରଭୁ ଧବଳେଶ୍ୱରଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ପୀଠ ପରିସରରେ ଅନୁଷ୍ଠିତ ହୋଇଛି। ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପ୍ରଭୁଙ୍କ ଜାଗରଯାତ୍ରା ପାଇଁ ବିଶଦ ଭାବରେ ଆଲୋଚନା କରାଯାଇଥିଲା। ଆସନ୍ତାମାସ ୮ତାରିଖରେ ପ୍ରଭୁ ଧବଳେଶ୍ୱରଙ୍କ ଜାଗର ଯାତ୍ରା ତଥା ମହାଶିବରାତ୍ରୀ ପର୍ବ ପାଳନ ପାଇଁ ପୀଠକୁ ବ୍ରତାଚାରୀମାନେ ବହୁ ସଂଖ୍ୟାରେ ଆସିବାକୁ ଥିବାରୁ ସେମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରାଇବା, ଦୀପଜାଳି ଉପବାସ ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ଉଜାଗର ରହୁଥିବା ଶ୍ରଦ୍ଧାଳୁ ବିଳମ୍ବିତ ରାତିରେ ଫେରିବା ବେଳେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
କଂକ୍ରିଟସେତୁ, ପୀଠ ପ୍ରବେଶପଥ,ବେଢା ଚତୁପାଶ୍ୱର୍ ,ବୁଢାଲିଙ୍ଗ ପାଶ୍ୱର୍ କୁ ନୀରବଚ୍ଛିନ୍ନ ଉଜ୍ୱଳ ଆଲୋକ ବ୍ୟବସ୍ଥା , ପରିମଳ ବ୍ୟବସ୍ଥା, ଓଡ୍ରାଫ୍ଟ,ଦୀପଷ୍ଟାଣ୍ଡ ନିକଟରେ ଦମକଳ ସେବା ବାହୀନିର କର୍ମଚାରୀ ଓ ଗହଳି ସ୍ଥାନ ଓ ବ୍ୟାରିକେଟ ଆଦି ସ୍ଥାନ ମାନଙ୍କରେ ପୁଲିସ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବ୍ୟବସ୍ଥା କରାଯିବ। ସମସ୍ତ ବିଭାଗ ସଠିକ୍ ଢଙ୍ଗରେ କାର୍ଯ୍ୟ ସମାପନ କରି ପ୍ରଭୁଙ୍କ ଜାଗର ଯାତ୍ରାରେ ଆଗନ୍ତୁକ ଶ୍ରଦ୍ଧାଳୁଙ୍କୁ ସୁରୁଖୁରୁରେ ଦର୍ଶନ କରାଇ ଫେରାଇଦେବା ନିମନ୍ତେ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ତରାଇ ଗୁରୁତ୍ୱାରୋପ କରିଥିଲେ। ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ତରାଇଙ୍କ ସହ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଳିପ ଦାସ, ଧବଳେଶ୍ୱର ପୂଜକ ସମିତି ସଂପାଦକ ନରେନ୍ଦ୍ର କୁମାର ପଣ୍ଡା, ଗୁରୁଡିଝାଟିଆ ଥାନା ଅଧିକାରୀ ପରେଶ କୁମାର ମହାନ୍ତି, ତ୍ରିଲୋଚନ ପତ୍ରୀ, ଅଜୟ କୁମାର ପତ୍ରୀ, ଚିତ୍ତରଞ୍ଜନ ପତ୍ରୀ, ଭୂବନ ବିହାରୀ ପଣ୍ଡା, ଟିପିସିଓଡିଏଲର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ ଓ ବିଭିନ୍ନ ସଂଗଠନରେ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories