www.samajalive.in
Friday, December 5, 2025
26.1 C
Bhubaneswar

ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଲୋକାର୍ପିତ

ଆଠଗଡ : ଦୀର୍ଘ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ନିର୍ମାଣ ସରି ଉଦଘାଟନ ଅପେକ୍ଷାରେ ଥିବା ଆଠଗଡର ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ଶେଷରେ ଶୁକ୍ରବାର ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ଆଠଗଡର ଏହି ଇନଡୋର ଷ୍ଟାଡିୟମ ସମେତ ରାଜ୍ୟରେ ୫୧ ଟି କ୍ରୀଡା ଭିତ୍ତିଭୂମିର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଆଠଗଡରେ ୪ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଇନଡୋର ଷ୍ଟାଡିୟମରେ ଆଧୁନିକ ତଥା ଉନ୍ନତ ମାନର ଜିମ୍ନାସିୟମ ସହିତ ଇନଡୋର କ୍ରୀଡା ଯଥା ବ୍ୟାଡମିଣ୍ଟନ, ଟେବୁଲ ଟେନିସ ଓ ଅନ୍ୟ କ୍ରୀଡା ଓ ଯୋଗ ପାଇଁ ସୁବିଧା ଉପଲବ୍ଧ ରହିଛି।
ଏହାର ଫାଇଦା ଆଠଗଡ ଅଞ୍ଚଳର କ୍ରୀଡାବିତ ମାନେ ନେଇ ପାରିବେ। ଆଠଗଡ ଇନଡୋର ଷ୍ଟାଡିୟମ ନିକଟରେ ଅପରାହ୍ନରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ଲୋକାର୍ପିତ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ଆଠଗଡର ବିକାଶ କ୍ଷେତ୍ରରେ ଏହି ଇନଡୋର ଷ୍ଟାଡିୟମ ଆଉ ଏକ ମାଇଲ ଖୁଣ୍ଟ ଭାବେ ଯୋଡିହେଲା ଏବଂ ଏହାଦ୍ୱାରା ଆମ ଅଞ୍ଚଳର କ୍ରୀଡ଼ାବିତ, ଯୁବ ଓ ଛାତ୍ରସମାଜ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏନଏସି ନଗରପାଳ ସସ୍ମିତା ରାଉତ, ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ , ବିଜେଡି ନେତା ତଥା ସାହିତ୍ୟକ ଡଃ ନାରାୟଣ ପଣ୍ଡାଙ୍କ ସମେତ ବହୁ କାଉନସିଲର ଓ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ଏବଂ କ୍ରୀଡାବିତ ଯୋଗ ଦେଇଥିଲେ। ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଇଂ ପ୍ରଭାତ କୁମାର ବେହେରା ଓ ଇଂ ପ୍ରମୋଦ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories