www.samajalive.in
Monday, December 15, 2025
16.1 C
Bhubaneswar

ଧାମରାରେ କେ.କେ.ସ୍ପୋର୍ଟିଂ କ୍ଲବ ତରଫରୁ ଆର୍ନ୍ତଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଧାମରା: ଧାମରା ନିକଟସ୍ଥ କଇଥଖୋଲା ଠାରେ କେକେ ସ୍ପୋର୍ଟିଂ କ୍ଲବ ତରଫରୁ ଆର୍ନ୍ତ ଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ସମାରୋହରେ କଇଥଖୋଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ବନବିହାରୀ ମାଇତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସେ ତାଙ୍କର ଅଭିଭାଷଣରେ ଧାମରା ଅଞ୍ଚଳରେ ଏପରି ଏକ ଆର୍ନ୍ତଜିଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବାରୁ ସେ କେକେ ସ୍ପୋର୍ଟିଂ କ୍ଲବର ସମସ୍ତ କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ। ୧୦ଟି ଟିମକୁ ନେଇ ଆରମ୍ଭ ହୋଇଥିବା ଏହି ମ୍ୟାଚ ୭ଦିନ ଧରି ଚାଲିବ। ଆଜିର ପ୍ରଥମ ମ୍ୟାଚରେ ଭୁବନେଶ୍ୱର ବନାମ ବାସୁଦେବପୁର ଟିମ ମଧ୍ୟରେ ହୋଇଥିବା ଖେଳରେ ବାସୁଦେବପୁର ଉତ୍କଳିକା ଟିମ ବିଜୟୀ ହୋଇଥିବା ବେଳେ ଆଜିର ଏହି ମ୍ୟାଚକୁ ଓଡିଶା କ୍ରିକେଟ ଆସୋସିସନର ଅମ୍ପାୟାର ପ୍ରତାପ ରଞନ ପାତ୍ର ଏବଂ ସତ୍ୟରଞନ ଖେଳ ପରିଚାଳନା କରିଥିଲେ। ୨୭ତାରିଖ ଦିନ ସେମିଫାଇନାଲ ଏବଂ ୨୮ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି କେକେ ସ୍ପୋଟିଂ କ୍ଲବ ପକ୍ଷରୁ ଜଣାଯାଇଛି।

- Advertisement -

ଆଜିର ଉଦଘାଟନ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ କେକେ ସ୍ପୋର୍ଟିଂ କ୍ଲବର ସଂପାଦକ ସତ୍ୟଜିତ ମହାପାତ୍ର ସଭାପତି ସୁବ୍ରତ ଦାସ ବରୁଣ ଦାସ, ଅମରେଶ ଦିନ୍ଦା, ମୁନା ସାହା, ପ୍ରଦ୍ୱୀପ ମଣ୍ଡଳ, ଦେବବ୍ରତ ମାଇତି, ଅରୁଣ ପଟନାୟକ, ଙ୍କ ସମେତ ବହୁ ଖେଳପ୍ରେମୀ ରହି ଖେଳାଳୀ ମାନଙ୍କ ଉତ୍ସାହିତ କରିଥିଲେ। କେକେ ସ୍ପୋଟିଂ କ୍ଲବର ସମସ୍ତ ସଭ୍ୟ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories