www.samajalive.in
Saturday, December 13, 2025
14.1 C
Bhubaneswar

କନ୍ଧକାତିପାଡୁ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ହୋମିୟଗୁଡା ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶାର ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ବିଡ଼ିଓ ରାଜୀବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି  ଉନ୍ନୟନ ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ ।  ବ୍ଲକ ଉପାଧ୍ୟକ୍ଷା ଡମ୍ବରୁ କଞ୍ଜ।କା, ଲ୍ୟାମ୍ପ ସଭାପତି ଶଙ୍କର ହୁଈକା, ଖ ଜୋନର ଜିଲାପରିଷଦ ସଭ୍ୟା ଭୂମି ଗୌରିଦେବୀ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ , ସମାଜସେବୀ ହଳଧର ହୁଈକା, ସାରୁବୁ ହିମିରିକା ସମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ ।
ଆମ ଓଡ଼ିଶା ନବୀନ ଓଡିଶାର ପ୍ରକଳ୍ପ ପାଇଁ  ଟଙ୍କା, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଚାୟତର ପରିବାରକୁ ଅନ୍ତର୍ଭୁକ୍ତ କରିଥିବା ବେଳେ  ହିତାଧିକାରୀ ଉପକୃତ , ମୁଖ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ଟଙ୍କା, ପ୍ରତ୍ୟେକ ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ, ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ମିଶନ ଶକ୍ତି ଗୋଷ୍ଟିଙ୍କୁ  ବିନା ସୁଧରେ ସହାୟତାରେ ଋଣ ପ୍ରଦାନ, ପ୍ରତ୍ୟେକ ପରିବାରକୁ ରେସନ କାର୍ଡ,ଗର୍ଭବତୀଙ୍କୁ ମମତା ଯୋଜନାରେ ସହାୟତା, ଆମ ବ୍ୟାଙ୍କ, ଲକ୍ଷ୍ମୀ ବସ ଯୋଜନା,୫ଟି   ଓଡିଶା ବିଦ୍ୟାଳୟ ମାନଙ୍କର ରୂପାନ୍ତରିକରଣ,  ସହାୟକଗୋଷ୍ଠୀ ଦ୍ୱାରା ନ ହସ୍ତଶିଳ୍ପ,କୁକୁଡ଼ା ଓ ଛେଳି ଚାଷ, ଆଦର୍ଶ ଅଙ୍ଗନବାଡି କେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡ୍ରନ ମାଧ୍ୟମରେ ଔଷଧ ବଣ୍ଟନ,  ସୌର ଚାଳିତ ରାସ୍ତା ଆଲୋକୀକରଣ ଓ ପାନୀୟ ଜଳ ଯୋଗାଣ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାରେ ମନ୍ଦିର ଉନ୍ନତି କରଣ,ବସୁଧା ଯୋଜନା, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଅଜୈବିକ ପୃଥକୀକରଣ କେନ୍ଦ୍ର ଓ ଆମ ବସ ଷ୍ଟପ,ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସଡକ ଯୋଜନା ବିଷୟରେ କହିବା ସହିତ ଭିଡିଓ ମାଧ୍ୟମରେ ପ୍ରଦର୍ଶନୀ କରିଥିଲେ ।
ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମେତ ପଞ୍ଚାୟତ କର୍ମଚାରୀ,ପୁଲିସ ବିଭାଗ, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଆଇ ସି ଡି ଏସ ବିଭାଗ ଉପସ୍ଥିତ ରହିଥିଲେ । ଶେଷରେ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟ କ୍ରମକୁ ବିରେନ୍ଦ୍ର କୌଶଲ୍ୟା ଓ ବିଶ୍ୱନାଥ କାଡ୍ରାକା ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ  ପଞ୍ଚାୟତବାସୀ ସନ୍ତୁଷ୍ଟ ନଥିବା ଦେଖିବାକୁ ମିଳିଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories