www.samajalive.in
Saturday, December 13, 2025
15.1 C
Bhubaneswar

ଭାରତ ଫେରିଲେ ଦୁବାଇ ଜେଲରେ ଥିବା ୪ ବନ୍ଦୀ

ଡେସ୍କ: ହତ୍ୟା ଅଭିଯୋଗରେ ଦୁବାଇ ଜେଲରେ ୨୦୦୫ରୁ ବନ୍ଦୀ ଥିବା ତେଲେଙ୍ଗାନାର ୫ ଭାରତୀୟଙ୍କ ମଧ୍ୟରୁ ୪ ଜଣ ମୁକ୍ତ ହୋଇ ଭାରତ ଫେରିଛନ୍ତି। ଶିବରାତ୍ରୀ ରବି, ଶିବରଥୀ ମଲ୍ଲେଶ, ଶିବରଥୀ ହନୁମାନଥୁ, ନାମପଲ୍ଲୀ ଭେଙ୍କଟ ଓ ଦଣ୍ଡୁଗ୍ଲା ଲକ୍ଷ୍ମଣଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିବା ବେଳେ ପରେ ଏହାକୁ ବୃଦ୍ଧି କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା।

ବିରୋଧୀ ମେଣ୍ଟ ଭାଙ୍ଗିବା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିକୁ ବ୍ୟବହାର କରୁଛି ବିଜେପି

- Advertisement -

୨୦୧୩ରେ ନେପାଳରେ ରହୁଥିବା ପୀଡ଼ିତାଙ୍କ ପରିବାର କ୍ଷମା ଦେବା ପରେ ସେମାନଙ୍କୁ ମୁକ୍ତ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଦୁବାଇରେ ଥିବା ଭାରତୀୟ ଦୂତାବାସର ହସ୍ତକ୍ଷେପ ଏବଂ ଆଇନଗତ ପ୍ରୟାସ ଓ ଆବେଦନ ସତ୍ତ୍ୱେ ୨୦୨୩ରେ କେବଳ ଦଣ୍ଡୁଗ୍ଲା ଲକ୍ଷ୍ମଣଙ୍କୁ ମୁକ୍ତ କରାଯାଇଥିଲା। ଜାନୁଆରୀ ୨୦୨୪ରେ ରବି, ମଲେଶ ଓ ହନମଣ୍ଟୁଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଭାରତୀୟ ଦୂତାବାସ ଏକ ଜରୁରୀକାଳୀନ ପ୍ରମାଣପତ୍ର ଜାରି କରି ସେମାନଙ୍କୁ ଫେରିବାର ବ୍ୟବସ୍ଥା କରିଥିଲା ଏବଂ ସେମାନେ ଫେବୃଆରୀ ୨୧ରେ ଭାରତ ଫେରିଥିଲେ। ନାମପଲ୍ଲୀ ଭେଙ୍କଟଙ୍କ ମୁକ୍ତି ପାଇଁ ଆବେଦନ ବିଚାରାଧୀନ ଥିବାରୁ ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଦୂତାବାସ ତାଙ୍କୁ ମୁକ୍ତ କରିବା ପାଇଁ ଏକ ପୃଥକ ପିଟିସନ୍ ଦାଖଲ କରିଛି।

ଅଡୁଆରେ କେଜରିୱାଲ, ବିଧାନସଭାରେ ସିଏଜି ରିପୋର୍ଟ ଦାଖଲ ପାଇଁ କହିଲେ ଉପରାଜ୍ୟପାଳ

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories