www.samajalive.in
Sunday, December 14, 2025
19.1 C
Bhubaneswar

ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ଦୋବାଲ : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଶାସନ ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ସୁଦୂର ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ଅଞ୍ଚଳର ଅଭୟ ପଣ୍ଡାଙ୍କ ପୁଅ ଅଭିଷେକ ପଣ୍ଡା (୧୬) ନିଜ ମାଉସୀ ଘର ଧାମନଗର ସ୍ଥିତ ଜାହାଙ୍ଗୀର ଶାସନ ଗ୍ରାମରେ ରହି ଦଶମ ଶ୍ରେଣୀର ପାଠ ପଢ଼ୁଥିଲେ। ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଚାଲୁଥିବା ବେଳେ ଅଭିଷେକ ନଦିଗାଁ ହାଇସ୍କୁଲରେ ପ୍ରଥମ ସାହିତ୍ୟ ପରୀକ୍ଷା ଦେଇ ସାରିଥିଲେ। ଶୁକ୍ରବାର ଇଂରାଜୀ ପରୀକ୍ଷା ଥିଲା। ହେଲେ ଗତ କାଲି ରାତିରେ ନିଜ ଶୋଇବା ଘର ଭିତରେ ଫ୍ୟାନରେ ମାଉସୀର ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ପ୍ରେମ ଜନିତ କାରଣରୁ ଅଭିଷେକ ଆତ୍ମହତ୍ୟା କରିଥିବା ତାର ମାଉସୀ ଅଳକା ଦାଶ ଅଭିଯୋଗ କରିଛନ୍ତି। ତେବେ ଘଟଣାସ୍ଥଳରେ ଧାମନଗର ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି। ତେବେ ପୁଲିସର ତଦନ୍ତ ପରେ ସଠିକ୍ ସୂଚନା ମିଳିପାରିବ। ତେବେ ଅଭିଷେକଙ୍କ ବାପା ଓ ମା’ଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥିବାରୁ ପୁଅ ଅଭିଷେକ ମାଉସୀ ଘରେ ରହି ନିକଟ ଜାହାଙ୍ଗିର ଜନତା ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories