www.samajalive.in
Saturday, December 6, 2025
17.1 C
Bhubaneswar

ମୃତ ଚାଷୀ ଶୁଭକରନଙ୍କ ପରିବାରକୁ ମିଳିବ ୧କୋଟି ଟଙ୍କା ଓ ସରକାରୀ ଚାକିରି

ଚଣ୍ଡିଗଡ଼: ପଞ୍ଜାବ-ହରିୟାଣା ସୀମାରେ କୃଷକ ଆନ୍ଦୋଳନରେ ପ୍ରାଣ ହରାଇଥିବା ଯୁବ କୃଷକ ଶୁଭକରନ ସିଂହଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ପଞ୍ଜାବ ସରକାର। ମୃତ ଚାଷୀଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ସହ ତାଙ୍କ ସାନ ଭଉଣୀଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍।

ସାମାଜିକ ଗଣମାଧ୍ୟମ ଜରିଆରେ ମାନ୍ କହିଛନ୍ତି ଯେ, ‘‘ପଞ୍ଜାବ ସରକାର ମୃତ କୃଷକ ଶୁଭକରନଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। ଶୁଭକରନଙ୍କ ସାନ ଭଉଣୀଙ୍କୁ ପଞ୍ଜାବ ସରକାର ଚାକିରି ଦେବା ସହ ଅପରାଧୀଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’

- Advertisement -

ଜିନ୍ଦ୍‌ର ଖନୌରୀ ସୀମାରେ କୃଷକ ଶୁଭକରନ ସିଂହଙ୍କ ମୃତ୍ୟୁକୁ ବିରୋଧ କରି ଶୁକ୍ରବାର କୃଷକମାନେ କଳା ଦିବସ ପାଳନ କରିବେ। ମାର୍ଚ୍ଚ ୨୬ରେ ସାରା ଦେଶର ରାଜପଥରେ ଟ୍ରାକ୍ଟର ରାଲି ଏବଂ ମାର୍ଚ୍ଚ ୧୪ରେ ଦିଲ୍ଲୀରେ କୃଷକ-ଶ୍ରମିକ ମହାପଞ୍ଚାୟତ କରିବା ନେଇ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ପଞ୍ଜାବ-ହରିୟାଣା ସୀମାରେ ଗତ ୧୦ଦିନ ଧରି ଏମଏସପି ତଥା ଅନ୍ୟାନ୍ୟ ଦାବି ଉପରେ କୃଷକମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି। ଏହି ଆନ୍ଦୋଳନ ସମୟରେ ଶୁଭକରନଙ୍କ ମୃତ୍ୟୁ ଘଟିଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories