www.samajalive.in
Friday, December 5, 2025
20.1 C
Bhubaneswar

ମାଘ ପୂର୍ଣ୍ଣିମାରେ ସରଳ ଉପାୟ ; ବର୍ଷଯାକ ହେବ ଧନର ବର୍ଷା..

ସନାତନ ଧର୍ମରେ ପୂର୍ଣ୍ଣିମାର ତିଥି ଖୁବ ମହତ୍ତ୍ୱପୂର୍ଣ୍ଣ। ହିନ୍ଦୁ ପଞ୍ଜିକା ଅନୁସାରେ ମାଘ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମା ତିଥିରେ ଏହି ପୂର୍ଣ୍ଣିମା ପାଳନ କରାଯାଏ। ମାଘ ମାସର ପୂର୍ଣ୍ଣିମା ୨୪ ଫେବ୍ରୁଆରୀ ଅର୍ଥାତ ଶନିବାର ପାଳନ କରାଯିବ। ମାଘ ପୂର୍ଣ୍ଣିମାରେ ଚଳିତ ଥର ଏକ ବିଶେଷ ଯୋଗ ସୃଷ୍ଟି ହେବାକୁ ଯାଉଛି।
ଜ୍ୟୋତିଷଙ୍କ ମତାନୁସାରେ ମାଘ ପୂର୍ଣ୍ଣିମାରେ ମା’ଲକ୍ଷ୍ମୀଙ୍କ ସହ ଜଡିତ କିଛି ବିଶେଷ ଉପାୟ ଆପଣାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ। ବର୍ଷଯାକ ଧନର ବର୍ଷା ହୋଇଥାଏ। ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ମାଘ ପୂର୍ଣ୍ଣିମା ଦିନ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ। ଘରର ଆର୍ଥିକ ସମସ୍ୟା ଦୂର ହୋଇ ବର୍ଷଯାକ ଧନର ଅଭାବ ଦୂର ହୋଇଥାଏ।
ମାଘ ପୂର୍ଣ୍ଣିମା ଦିନ ମା’ଲକ୍ଷ୍ମୀ ସ୍ତୋତର ପାଠ କରନ୍ତୁ। ଏହି ଦିନ ଏହାକୁ ପାଠ କରିବା ଦ୍ୱାରା ଜୀବନରେ ଉନ୍ନତି ସହ ସମସ୍ତ ସମସ୍ୟା ଦୂର ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି।
ଏହି ଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଉଚ୍ଚାରଣ କରନ୍ତୁ। ଏହାଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।
ମାଘ ପୂର୍ଣ୍ଣିମା ଦିନ ମା’ଲକ୍ଷ୍ମୀଙ୍କ ପୂଜନ କରିବା ଖୁବ ଶୁଭଙ୍କର। ବିଶେଷ କରି ଗୋଧୂଳି ବେଳାରେ ପୂଜା କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ।
ମାଘ ପୂର୍ଣ୍ଣିମା ଦିନ ତୁଳସୀଙ୍କ ନିକଟରେ ଦୀପ ନିଶ୍ଚୟ ଲଗାନ୍ତୁ। ଏହାସହ ମା’ବୃନ୍ଦାବତୀଙ୍କ ମନ୍ତ୍ରର ଜପ କରନ୍ତୁ। ଏପରି କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିବା ସହ ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories