www.samajalive.in
Saturday, December 6, 2025
17.1 C
Bhubaneswar

ଚାକିରିରୁ ବିଦା ହେବା ପରେ ଡାକ୍ତରଙ୍କ ଗାଡିରେ ନିଆଁ ଲଗାଇଲେ ଡ୍ରାଇଭର

ଭୁବନେଶ୍ବର: ଜାଗମରା ସ୍ଥିତ କ୍ରିଷ୍ଣା ଗାର୍ଡେନ୍ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଡାକ୍ତରଙ୍କ କାର୍ ଏବଂ ବାଇକ୍ ପୋଡିଦେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଜାଗମରା ଅଞ୍ଚଳରେ ରହୁଥିବା ଡାକ୍ତର ଜ୍ୟୋସ୍ନା ମହାନ୍ତିଙ୍କ  ଘରେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ଅବଦୁଲ ହାକିମ୍ ବୋଲି ଜଣାପଡିଛି। ଅବଦୁଲ ପୂର୍ବରୁ ଡାକ୍ତରଙ୍କ ଡ୍ରାଇଭର ଭାବେ କାମ କରୁଥିଲେ । ଚାକିରିରୁ ବିଦା ହେବା ପରେ ଅବଦୁଲ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। ତେବେ ଡାକ୍ତରଙ୍କ ଘରର ସିସି ଟିଭି ଫୁଟେଜ୍ ଆଧାରରେ ଅବଦୁଲ ଧରାପଡିଛନ୍ତି। ପୁଲିସ୍‌ ତାଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories