www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ ସୀମାରେ ବାଂଲାଦେଶ ଟ୍ରକ; ସଟର ଖୋଲିବା ମାତ୍ରେ ଭିତର ଦୃଶ୍ୟ ଦେଖି ଚକିତ ହେଲେ ବିଏସ୍‍ଏଫ୍‍ ଯବାନ

ସମାଜ ଡିଜିଟାଲ ଡେସ୍କ: ଭାରତର ସମସ୍ତ ପ୍ରୟାସ ସତ୍ୱେ ବାଂଲାଦେଶ ସୀମାରେ ଅପ୍ରୀତିକରଣ ପରିସ୍ଥିତି ଥମିବାର ନାଁ ନେଉନାହିଁ। ଭାରତ-ବାଂଲାଦେଶ ସୀମା ଜଙ୍ଗଲ ଏବଂ ପର୍ବତ ଘେରା। ଘଞ୍ଚ ଜଙ୍ଗଲ ଯୋଗୁ ସୁରକ୍ଷାବାହିନୀ ନିରନ୍ତର ପାଟ୍ରୋଲିଂ କରିବା କଷ୍ଟକର। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଖୋଲା ରହିଛି। ପରିବହନ ପାଇଁ ଟ୍ରକ୍‍ ଏବଂ ସାଧାରଣ ଯାନବାହାନ ଭାରତ ଓ ବାଂଲାଦେଶକୁ ସଡ଼କ ପଥରେ ଯାତାୟତ କରୁଛି। ଏଥିପାଇଁ ସୁରକ୍ଷାବାହିନୀ ଏହି ମାର୍ଗ ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି। ଯାତାୟତ କରୁଥିବା ଗାଡିଗୁଡିକର ସଠିକ୍‍ ଭାବେ ଯାଞ୍ଚ କରିବା ପରେ ସୀମା ଭିତରେ ପ୍ରବେଶ କରାଉଛନ୍ତି ସୁରକ୍ଷାବାହିନୀ। ନିକଟରେ ସୀମାରେ ଯାଞ୍ଚ ବେଳେ ବିଏସଏଫ ଯବାନ ମାନେ ଏକ ଟ୍ରକ ଏବଂ ଅନ୍ୟ ଗାଡିକୁ ଅଟକାଇଥିଲେ। ଗାଡିର ଚେକିଂ କରିବା ପାଇଁ ଯେତେବେଳେ ସଟର ଖୋଲିଲେ ଭିତରର ଦୃଶ୍ୟ ଦେଖି ସୁରକ୍ଷାବହିନୀ ଚକିତ ହେବା ସହ କଣ କରିବେ କିଛି ଭାବି ପାରିନଥିଲେ।

ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାର ପେଟ୍ରାପୋଲରେ ଭାରତ-ବାଂଲାଦେଶ ସୀମା ଦେଇ ୨.୨୫କୋଟି ଟଙ୍କାର ସୁନା ଚୋରା ଚାଲାଣ ହେଉଥିଲା। ଏଥିରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି। ସୀମା ସୁରକ୍ଷାବାହିନୀର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଟ୍ରକରୁ ବହୁ ପରିମାଣର ସୁନା ବିସ୍କୁଟ ଜବତ ହେବା ସହ ଅନ୍ୟ ଏକ ଗାଡିକୁ ଧରିଥିଲେ ଯବାନ। ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା। ଏହାସହିତ ଜିଲାର ପୃଥକ ପୃଥକ ସ୍ଥାନରେ ବିଏସଏଫ ଯବାନ ମାନେ ବାଂଲାଦେଶରୁ ଭାରତକୁ ପ୍ରବେଶ କରୁଥିବା ଟ୍ରକ ଗୁଡିକୁ ଯାଞ୍ଚ କରି ଗୋଟିଏ ଗାଡିରୁ ୧.୫୮କୋଟି ଟଙ୍କାର ୨.୫କିଲୋଗ୍ରାମ ସୁନା ବିସ୍କୁଟ ଜବତ କରିଛନ୍ତି। ଏଥିରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି।

- Advertisement -

ସେହିପରି ପଶିମବଙ୍ଗ ହାୱଡା ଜିଲାରେ ୧୦୨ କିଲୋ ଗଞ୍ଜେଇ ଜବତ ସହ ୫ଜଣଙ୍କୁ ଗିରଫ କରିଛି ପୁଲିସ। ଓଡ଼ିଶାରୁ ପିଆଜ ବୋଝେଇ ଏକ ଟ୍ରକ ଯାଉଥିବା ବେଳେ ଅଟକାଇଥିଲା ପୁଲିସ। ଗାଡିରୁ ପ୍ରାୟ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିଲା। ଏସବୁ ଘଟଣାର ତଦନ୍ତ ଜାରି ରହିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories