www.samajalive.in
Sunday, December 7, 2025
14.1 C
Bhubaneswar

ବିବାହ ଉତ୍ସବରେ ମହୁମାଛି ଆତଙ୍କ: ଆଇସିୟୁରେ ଭର୍ତ୍ତି ହେଲେ ଅତିଥି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ବିବାହ ଉତ୍ସବ ଚାଲିଥିବାବେଳେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ମହୁମାଛି ଆକ୍ରମଣରେ ପ୍ରାୟ ୨୦ରୁ ଅଧିକ ସଂଖ୍ୟକ ଅତିଥି ଆହତ ହୋଇଛନ୍ତି। ଚାରି ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଏବି ରୋଡରେ ଥିବା ଏକ ଗାର୍ଡେନରେ ଗୁନା ନିବାସୀ ପ୍ରମୋଦ କୁମାର ଅଗ୍ରୱାଲଙ୍କ ଝିଅ ପ୍ରିୟଙ୍କାଙ୍କ ବିବାହ ଉତ୍ସବ ଚାଲିଥିଲା। ବର ଏବଂ କନ୍ୟା ପକ୍ଷରୁ ଅନେକ ଅତିଥି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ହଠାତ୍ କିଛି ମହୁମାଛି ଅତିଥି ମାନଙ୍କ ଉପରେ ଆକ୍ରମଣ କରିଥିଲେ। କିଛି ଲୋକ ଜୀବନ ବଞ୍ଚାଇବା ଲାଗି ଏଣେତେଣେ ଦୌଡିଥିଲେ ତ ଆଉ କିଛି ଲୋକ ତଳେ ପଡିରହିଥିଲେ। ମହିମାଛି ମାନେ ପ୍ରାୟ ଏକ ଘଣ୍ଟା ଧରି ଆତଙ୍କ ରଚାଇଥିଲେ। ପ୍ରାୟ ୨୦ରୁ ଅଧିକ ସଂଖ୍ୟକ ଅତିଥି ମହୁମାଛି ଆକ୍ରମଣରେ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ତେବେ ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିବାରେ ଲାଗିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories