ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ନିକଟ କାଳିଆଗୁଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋରିଗୁମ୍ମା ଥାନା ୨୬ ନମ୍ବର ଜାତୀୟ ରାଜପଥ ଚାଲାନ ଗୁଡା ଏବଂ କମରା ମଝିରେ ଥିବା ଭାରତ ମାଳା ଓଭର ବ୍ରିଜକୁ ବାରଯାତ୍ରୀ ଗାଡିଟି ଧକ୍ସା ଦେଇ ଓଲଟି ପଡିଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତକ ଏବଂ ଗୁରୁତର ନାରାୟଣପାଟଣାର ବୋଲି ଜଣାପଡିଛି। ବରଯାତ୍ରୀ ଗାଡିଟି ନାରାୟଣ ପାଟଣାରୁ ଉମରକୋଟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବୋରିଗୁମ୍ମା ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି।
Popular Categories



