www.samajalive.in
Friday, December 5, 2025
27.1 C
Bhubaneswar

ଆମେଥିରେ ପୁଣି ମୁହାଁମୁହିଁ ହେବେ ସ୍ମୃତି ଇରାନୀ-ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆମେଥି ରାଜନୀତି ସରଗରମ ହୋଇଛି । ଗୋଟିଏ ପଟେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହିତ ଆମେଥିକୁ ରାହୁଲ ଗାନ୍ଧୀ ଆସୁଥିବା ବେଳେ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ସ୍ମୃତି ଇରାନୀ ମଧ୍ୟ ତାଙ୍କ ସଂସଦୀୟ କ୍ଷେତ୍ର ଆମେଥିକୁ ୪ଦିନିଆ ଗସ୍ତରେ ଆସୁଛନ୍ତି । ସୋମବାର ଠାରୁ ସ୍ମୃତି ଇରାନୀ ଆମେଥିର ଅନେକ ଗାଁରେ ଦଳ ପକ୍ଷରୁ ହେଉଥିବା ଜନ ସମ୍ବାଦ ବିକାଶ ଯାତ୍ରାରେ ସାମିଲ ହେବେ । ଏହାପରେ ତାଙ୍କ ନୂତନ ବାସଭବନରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ରାହୁଲ ଗାନ୍ଧୀ ଆମେଥି ଏବଂ ଗୌରଗଞ୍ଜ ସହରରେ ପଦଯାତ୍ରା କରିବା ପରେ ବାବୁଗଞ୍ଜରେ ସାଧାରଣ ସଭାରେ ସମ୍ବୋଧିତ କରିବେ । ବର୍ତ୍ତମାନ ଏହି ଦୁଇ ନେତା ଆମେଥି ଆସିବା ପରେ ରାଜନୀତି ନିଶ୍ଚିତ ସରଗରମ ହୋଇଛି ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories