ପାଉନି ନେଟୱର୍କ, ଫୋନରେ କଥା ହେବା ପାଇଁ ଗଛରେ ଚଢୁଛନ୍ତି ଲୋକେ
ଲାଞ୍ଜିଗଡ : ଲାଞ୍ଜିଗଡ ବ୍ଲକରେ ଅନେକ ସ୍ଥାନରେ କାମ ଦେଉନି ମୋବାଇଲ ନେଟଓ୍ବର୍କ । ନେଟଓ୍ବର୍କ ନପାଇବାରୁ ଇଣ୍ଟରନେଟ୍ ସମ୍ପର୍କିତ କୌଣସି କାମ ପାଇଁ ଲୋକଙ୍କୁ ଗଛରେ ଚଢିବାକୁ ପଡୁଛି । ପିଲାଙ୍କ ଅନଲାଇନ ପାଠପଢ଼ା ସହ ଅନେକ ଅନଲାଇନ କାର୍ଯ୍ୟ ହୋଇ ପାରୁନାହିଁ। ଉପାନ୍ତ ଅଞ୍ଚଳରେ ନେଟୱାର୍କ ସଂଯୋଗ ହେବା ନେଇ ଅଞ୍ଚଳବାସୀଙ୍କ ମନରେ ହସ ଫୁଟିଥିଲା ହେଲେ ନିର୍ଦ୍ଧାରିତ ସମୟ ଠାରୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଇଣ୍ଟରନେଟ ବ୍ୟବସ୍ଥା ହୋଇପାରିନାହିଁ । ଏପରିକି ବ୍ଲକର ବିଭିନ୍ନ ଗାଁରେ ଫୋନ କଲର ସୁବିଧା ମଧ୍ୟ ନାହିଁ ।
ଖାଲି ସେତିକି ନୁହେଁ ନେଟୱାର୍କ ଅସୁବିଧା ଯୋଗୁଁ ଗଛ ଓ ପାହାଡ଼ ଉପରେ ଚଢ଼ିବା ପରେ ମଧ୍ୟ ଠିକ ଭାବରେ ସିଗନାଲ ଆସେନାହିଁ। ତେଣୁ ସରକାରୀ କାମରେ ମଧ୍ୟ ନାକେଦମ ହୋଇଥାନ୍ତି ସରକାରୀ କର୍ମଚାରୀ। ତେବେ ଯଥା ଶୀଘ୍ର ଲାଞ୍ଜିଗଡ ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ ତଥା ଫୋନକଲର ବ୍ୟବସ୍ଥା କରାଯାଉ ବୋଲି ଦାବି କରିବା ସହ ଦାବି ପୂରଣ ନହେଲେ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।
Comments are closed.