www.samajalive.in
Sunday, December 7, 2025
16.1 C
Bhubaneswar

ଦେଖୁଥିବା ସ୍ବପ୍ନ କାହାରିକୁ କହୁଛନ୍ତି କି ? ହୋଇଯାନ୍ତୁ ସାବଧାନ….

ନୂଆଦିଲ୍ଲୀ: ଯଦି ଆପଣ ସ୍ବପ୍ନ ଦେଖିବା ପରେ କାହାରିକୁ କହିବାର ଅଭ୍ୟାସ ରହିଛି। ତେବେ ସାବଧାନ ରୁହନ୍ତୁ। ଏହି ଅଭ୍ୟାସ ଆପଣଙ୍କୁ ବହୁ ଅସୁବିଧାରେ ପକାଇପାରେ। ତେବେ ସ୍ବପ୍ନ ଶାସ୍ତ୍ରରେ ଏମିତି ଅନେକ ଲୋକଙ୍କ ସମ୍ପର୍କରେ କୁହାଯାଇଛି। ଯାହାକୁ ନିଜ ସ୍ବପ୍ନ ବିଷୟରେ କହିବା ଅନୁଚିତ୍। ଆସନ୍ତୁ ସେ ସମ୍ପର୍କରେ ଜାଣିବା କିଛି ତଥ୍ୟ। ଋଷି ବାକଭଟ୍ଟ ସ୍ବପ୍ନକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ତତ୍ତ୍ବ ପ୍ରଦାନ କରିଛନ୍ତି। ତାଙ୍କ କହିବା ମୂତାବକ ସ୍ବପ୍ନ ସାଧାରଣତଃ ୭ ପ୍ରକାରର ହୋଇଥାଏ। ଦେଖିବା, ଶୁଣିବା, ଅନୁଭବ କରିବା , କିଛି କଥାର କଳ୍ପନା କରିବା ଏବଂ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାକ୍ରମ ବିଷୟରେ ସମ୍ୟକ୍ ଆଭାସ୍ ପାଇବା ଏଥିରେ ଅନ୍ତର୍ଭୁକ୍ତ। ଆହୁରି ମଧ୍ୟ ସେ କହିଛନ୍ତି ଦିନରେ ଯେଉଁ ସ୍ବପ୍ନ ଦେଖାଯାଏ , ତାହାର କୌଣସି ଲାଭ ନଥାଏ। ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ସ୍ବପ୍ନ ଦେଖିଲେ , ତାହା ସତ ହୋଇଥାଏ। କୁହାଯାଇଛି ସକାଳ ସମୟରେ ଦେଖାଯାଉଥିବା ସ୍ବପ୍ନ ସତ ହୋଇଥାଏ। କିନ୍ତୁ ସର୍ତ୍ତ ରହିଥାଏ କି ସ୍ବପ୍ନ ଦେଖିବା ପରେ ଯଦି ଆପଣ ଯେପରି ନ ଶୋଇ ଯାଆନ୍ତି। ଏବଂ ରାତିରେ ସ୍ବପ୍ନ ଦେଖିବା ପରେ କାହାରି ସହ ଆଲୋଚନା ନକରିବା ଉଚିତ୍। ଯଦି ଆପଣ ସ୍ବପ୍ନ ଦେଖିବା ପରେ କାହାରିକୁ ସେହି ସ୍ବପ୍ନ ବିଷୟରେ କହୁଛନ୍ତି , ତେବେ ଏହା ପୁରା ହୋଇନଥାଏ। ତେଣୁ ଏହି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ କା୍ୟପ ଗୋତ୍ର ଥିବା ବ୍ୟକ୍ତି କଦାପି ସ୍ବପ୍ନ ସମ୍ପର୍କରେ କହିବା ଉଚିତ୍ ନୁହେଁ। ଏହାଦ୍ବାରା ଆପଣଙ୍କ ଉପରକୁ ବିପତ୍ତି ଆସିପାରେ। ଧର୍ମ ଗ୍ରନ୍ଥ ଅନୁଯାୟୀ ଦୁର୍ଭାଗ୍ୟଶାଳୀ , ଖରାପ ପ୍ରକୃତିର ଲୋକ ଏବଂ ଶତୃ ଥିବା ଲୋକଙ୍କ ସହ କଦାପି ସ୍ବପ୍ନ ସେୟାର କରନ୍ତୁ ନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories