www.samajalive.in
Saturday, December 6, 2025
15.1 C
Bhubaneswar

ବୌଦ୍ଧ ଆରଟିଓ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢଉ

ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢଉ ଚାଲିଛି। ଭୁବନେଶ୍ବର, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର , ଭଞ୍ଜନଗର ଏପରିକି ୧୦ଟି ସ୍ଥାନରେ ଚଢଉ ଚାଲିଛି। ଭଡା ଘର, ଅଫିସ୍ , ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ରେଡ୍ ଜାରି ରଖିଛି।  ତେବେ ଏହି ଟିମରେ ଦୁଇ ଜଣ ଅତିରିକ୍ତ ଏସପି, ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ସାମିଲ ରହିଛନ୍ତି। ଭୁବନେଶ୍ବର ପାହାଳସ୍ଥିତ ଉତ୍କଳ ସିଗନେଚରରେ ଥିବା ତୃତୀୟ ମହଲା ଘର, ଗୌତମନଗର ଉତ୍କଳ କନିକା ଗ୍ୟାଲେରିଆରେ ଥିବା ସର୍ପିଂ ମଲ୍ , କଳ୍ପନା, କଳାରାହାଙ୍ଗ , ଶୈଳଶ୍ରୀ ବିହାର ଏବଂ ମଞ୍ଚେଶ୍ବରରେ ଥିବା ଆର୍ପାଟମେଣ୍ଟର ଚଢଉ ଚାଲିଛି। ଏପରିକି ଗଞ୍ଜାମ ଭଞ୍ଜନଗରରେ ଥିବା ପୈତୃକ ଘର ଏବଂ ବ୍ରହ୍ମପୁର କମାପଲ୍ଲୀରେ ବି ଚଢଉ କରୁଛି ଭିଜିଲାନ୍ସ ଟିମ୍।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories