ବାପା ଓ ଝିଅଙ୍କୁ ମାଡ଼ ଅଭିଯୋଗ, ଶୁଳିଆପଦା ଥାନାର କନଷ୍ଟେବଳ ଗିରଫ
ବାରିପଦା: ମୟୁରଭଞ୍ଜ ଜିଲାର ଶୁଳିଆପଦା ଥାନାର କାର୍ଯ୍ୟରତ କନଷ୍ଟେବଳ ଗିରଫ ହୋଇଛି। ଗିରଫ କନଷ୍ଟେବଳଙ୍କ ନାମ ଅନନ୍ତ କୁମାର ବିଶ୍ବାଳ ବୋଲି ଜଣାପଡ଼ିଛି। ରଘୁନାଥ ପାଢ଼ୀଙ୍କୁ ଧାର ଟଙ୍କା ଦେଇଥିଲେ କନଷ୍ଟେବଳ ଅନନ୍ତ କୁମାର ବିଶ୍ବାଳ। ଧାର ଟଙ୍କା ଫେରି ନ ପାଇବାରୁ ବାପା ରଘୁନାଥ ପାଢ଼ୀ ଓ ତାଙ୍କ ଝିଅଙ୍କୁ ମାଡ଼ ମାରି କନଷ୍ଟେବଳ ଅନନ୍ତ କୁମାର ବିଶ୍ବାଳ ଗିରଫ ହୋଇଛି। ବାପା ଓ ଝିଅଙ୍କୁ ଥାନାକୁ ନେଉଛି କହି କ୍ବାଟର୍ସରେ ଅଟକ ରଖିଥିବା ଅଭିଯୋଗ ହୋଇଛି। ଝିଅର ଏତଲା ପରେ କନଷ୍ଟେବଳ ଅନନ୍ତ କୁମାର ବିଶ୍ବାଳକୁ ଶୁଳିଆପଦା ଥାନା ପୁଲିସ ଗିରଫ କରିଛି।
Comments are closed.